୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କହିଲେ ବିଲ ପ୍ରସ୍ତୁତ ରଖ । ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ଏଭଳି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରିରେ ସବୁ ସାଂଗଠନିକ କାମ ଶେଷ କରି ହଳ କରିବା ପାଇଁ ବିଲକୁ ଓହ୍ଲାଇବ ବିଜେପି । ଜାନୁଆରିରୁ ସଂଘର୍ଷକୁ ବିଜେପି ଶାଣିତ କରିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ବର୍ଷା ହେବା କ୍ଷଣି ବିହନ ଗଜା ହେବ ଆଉ ମୋଦୀ ନିଜେ ଜାନୁଆରିରେ ଓଡିଶା ଆସି ବିଲ ଦେଖି ସାର ପକାଇବେ । ସାରଲ ପାଇ ବିଲ ଆହୁରି ଉବ ର୍ର ହେବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଟିକେଟ ବଂଟନ ପାଇଁ ଆମ କ୍ରାଇଟେରିଆ ହେଉଛି ଯିଏ ଦଳ ପାଇଁ ସମର୍ପିତ ଥିବ, ସମାଜ ପ୍ରତି ସମର୍ପିତ ଥିବ, ତା ନାଁରେ ବିଶେଷ କିଛି ଅଭିଯୋଗ ନଥିବ, ଜିତିବାର କ୍ଷମତା ରଖିଥିବ, ସେଭଳି ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe