ସମ୍ବଲପୁରରେ ହନୁମାନ ଜୟନ୍ତୀ : ନିୟମ ମାନିଲେ, ଖଣ୍ଡା ବଦଳରେ ଗଦା ବୁଲାଇଲେ ବିଧାୟକ ଜୟନାରାୟଣ ମିଶ୍ର

Advertisment
ସମ୍ବଲପୁରରେ ହନୁମାନ ଜୟନ୍ତୀ : ନିୟମ ମାନିଲେ, ଖଣ୍ଡା ବଦଳରେ ଗଦା ବୁଲାଇଲେ ବିଧାୟକ ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ନିୟମ ମାନିଲେ ଆଉ ଖଣ୍ଡା ବଦଳରେ ଗଦା ବୁଲାଇଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁର ହନୁମାନ ଜୟନ୍ତୀରେ ଜୟନାରାୟଣ ମିଶ୍ର ଏପରି ଗଦା ବୁଲାଇଛନ୍ତି । ବିଗତ ଦୁଇ ବର୍ଷ ପରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ ହୋଇଛି । ବିରାଟ ପଟୁଆରର ଶୋଭାଯାତ୍ରା ମଧ୍ୟ ବାହାରିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ସେହିପରି ମସଜିଦ ଏବଂ ଚର୍ଚ୍ଚ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କିନ୍ତୁ ଏହି ଭିଡ ଭିତରେ କେହି ଜଣେ ଖଣ୍ଡା ବୁଲାଇ ହଠାତ୍ ଗାଏବ ହୋଇଯାଇଥିଲେ । ଶୋଭାଯାତ୍ରା ଆରମ୍ଭରୁ ଶେଷ ଯାଏ ନିଜେ ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ । ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ଶେଷ ହୋଇଥିବାରୁ ପୁଲିସକୁ ହନୁମାନ ଜୟନ୍ତୀ ସମିତି ତରଫରୁ ଧନ୍ୟବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe