ମୟୂରଭଞ୍ଜରେ ବାଲେଶ୍ୱର ଜିଲ୍ଲାର ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ । କାର୍ ସାଇଡମରାକୁ କେନ୍ଦ୍ର କରି କାରରୁ ଘୋଷାରି ଆଣି ୪ ଯୁବକ ପିଟିଥିବା ସନ୍ଦେହ ।

Advertisment
ମୟୂରଭଞ୍ଜରେ ବାଲେଶ୍ୱର ଜିଲ୍ଲାର ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ । କାର୍ ସାଇଡମରାକୁ କେନ୍ଦ୍ର କରି କାରରୁ ଘୋଷାରି ଆଣି ୪ ଯୁବକ ପିଟିଥିବା ସନ୍ଦେହ ।

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଗାଁରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଂଜିତ ପ୍ରଧାନ । ନୁଆସାହି ସ୍ଥିତ ଶ୍ୱଶୁର ଘର ନିକଟରେ କାର ସାଇଡ ମରାକୁ ନେଇ ୪ଜଣ ଯୁବକଙ୍କ ସହ ରଂଜିତଙ୍କର ଯୁକ୍ତିତର୍କ ହୋଇଥିଲା ।ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା କି କାରରୁ ଘୋଷାରି ଆଣି ମାଡ଼ ମାରିବା ସହ ତାଙ୍କୁ ହତ୍ୟା କରଥିବା ରଂଜିତଙ୍କ ଶଶ୍ୱୁର ଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଜଣେ ଫେରାର ଥିବା ସୂଚନା ରହିଛି । କେବଳ ଗାଡି ସାଇଡ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ଅନ୍ୟ କିଛି କାରଣ ରହିଛି ସେ ଦିଗରେ ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe