କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତା ରାମପାତ୍ରଙ୍କୁ ଅଟକ ରଖିଲା ପୋଲିସ । ଗଂଜାମ ଜିଲ୍ଲାର ବିଜେପି ଉପସଭାପତି ହେଉଛନ୍ତି ରାମ କୁମାର ପାତ୍ର । ଫାଇଭ-ଟି ସଚିବଙ୍କ ଗଂଜାମ ଗସ୍ତ ସମୟରେ ସେ ଦାବି ପତ୍ର ଦେବାକୁ ଆସିଥିଲେ । ତାଙ୍କୁ ଅଧାବାଟରୁ ଅଟକାଇ ପୋଲିସ ଗାଡ଼ିରେ ବସାଉଥିବାର ଦେଖିବାକୁ ମିିଳିଛି । ସେହିପରି ବିଜେପି ନେତା ବିଭୂତି ଜେନାଙ୍କୁ ଗିରଫ କରିନେଇଛି ପୁଲିସ ।