ବିଜେପି ନେତାଙ୍କ ଦବଙ୍ଗଗିରି ! କାରର ବୋନଟ୍ ରେ କନେଷ୍ଟବଳଙ୍କୁ ୨୦୦ ମିଟର ଘୋଷାଡିଲେ ନେତା , ଗାଡି ଚାଳକଙ୍କୁ ଗିରଫ କଲା ପୋଲିସ୍

248

ବେଳେବେଳେ ନେତାଙ୍କ ଦବଙ୍ଗଗିରୀ ତାଙ୍କ ଉପରେ ହିଁ ଭାରୀ ପଡିଯାଏ । ଏଭଳି ଏକ ମାମଲା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ମାମଲା ସୋମବାର ରେବାଡୀର ଭାଡାବାସ୍ ରୋଡ୍ ସ୍ଥିତ ରେଲୱେ ଫାଟକରେ ହୋଇଛି । ବିଜେପି ନେତାଙ୍କ ଏକ ଏସୟୁବି କାର୍ ସଡକରେ ଭୁଲ୍ ଦିଗରେ ଚାଲୁଥିବା ଦେଖି ରେଲୱେର ଜଣେ କନେଷ୍ଟବଳ ଗାଡିକୁ ଆୟତ୍ତ କରିବା ପାଇଁ ବୋନଟ୍ ଉପରେ ଚଢିଗଲେ । ଏହାପରେ ମଧ୍ୟ କାର୍ ଚାଳକ ଗାଡିକୁ ନ ରୋକି ଉକ୍ତ କନେଷ୍ଟବଳଙ୍କୁ ଘୋଷାଡି ଘୋଷାଡି ୨୦୦ ମିଟର ଦୂର ପର୍ଯ୍ୟନ୍ତ ନେଇ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ଉକ୍ତ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଏହି ଘଟଣା ସ୍ପଷ୍ଟ ହୋଇଥିଲା । ସୋମବାର ଏହି ଘଟଣା ଘଟିବା ସମୟରେ ବିଜେପି ନେତା ସତିଶ୍ ଖୋଲା ଗାଡିରେ ଥିଲେ ଏବଂ ଏହି ଘଟଣା ତାଙ୍କ ଅଜାଣତରେ ହୋଇଥିଲା ବୋଲି ସେ କହିଥିଲେ । ତେବେ ଏହି ଘଟଣାକୁ କିଛି ଲୋକ ଫୋନରେ ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।

ବିଜେପି ନେତାଙ୍କ ଏଭଳି ବ୍ୟବହାର ଦେଖି ହୋମଗାର୍ଡ କାରର ବୋନଟ୍ ଉପରେ ବସି ପଡିଥିଲେ ଏବଂ କାରକୁ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ଏହା ଦେଖି ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ରାଗି ମଧ୍ୟ ଯାଇଥିଲେ । ଜନତାଙ୍କ କ୍ରୋଧକୁ ଦେଖି ବିଜେପି ନେତା ତ ସେଠାରୁ ଖସିଗଲେ କିନ୍ତୁ ହାତରେ ପଡିଗଲେ ଗାଡି ଚାଳକ । ଲୋକମାନେ ଡ୍ରାଇଭରକୁ ଧରି ପରେ ପୋଲିସରେ ଦେଇଥିଲେ । କନେଷ୍ଟବଳ ମୋନୁ ଯାଦବଙ୍କୁ ସଚ୍ଚୋଟତାର ସହ ଡ୍ୟୁଟି କରିବା ପାଇଁ ମଧ୍ୟ ପ୍ରଶଂସା କରାଗଲା ।