ଫେସବୁକରେ ମୃତ୍ୟୁର ମିଛ ଖବର । ମନ୍ତ୍ରୀ ପ୍ରତାପ ଜେନାଙ୍କ ପୋଷ୍ଟକୁ ବିରୋଧ କରିବାକୁ ଯାଇ ସୀମା ଲଂଘିଲେ ବିଜେପି ନେତା । ଜାଣିଶୁଣି ସିକନ୍ଦର ଅଲ୍ଲୀ ପୋଷ୍ଟ କଲେ ମିଛ ଖବର । ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଥମୁନି ବିବାଦ ।

436

କନକ ବ୍ୟୁରୋ : ଅଜାଣତରେ ଭୁଲ କରିବା ଏବଂ ଜାଣି ଶୁଣି ଭୁଲ କରିବା ଭିତରେ ଯେଉଁ ତଫାତଟି ଅଛି, ସେହି ତଫାଥକୁ ହିଁ ବୟାନ କରୁଛି ଏହି ଦୁଇଟି ସୋସିଆଲ ମିଡ଼ିଆ ପୋଷ୍ଟ । ଗୋଟିଏ ପୋଷ୍ଟ ହେଉଛି ମନ୍ତ୍ରୀ ପ୍ରତାପ ଜୋନଙ୍କର ଆଉ ଅନ୍ୟଟି ହେଉଛି ବିଜେପି ନେତା ସିକନ୍ଦର ଅଲିଙ୍କ ଫେସବୁକ ପୋଷ୍ଟ । ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମ୍ପର୍କରେ ଏକ ଭୁଲ ତଥ୍ୟକୁ ନେଇ ସୃଷ୍ଟି ହୋଇଛି ଏହି ବିବାଦ ।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ସମ୍ପର୍କରେ କୌଣସି ଆଧାରରୁ ଭୁଲ ତଥ୍ୟ ପାଇ ମନ୍ତ୍ରୀ ପ୍ରତାପ ଜେନା ଫେସବୁକରେ ଲେଖିଥିଲେ, ସମୀର ଦେ’ ଆଉ ନାହାଁନ୍ତି । ଯାହା ତାଙ୍କୁ ମର୍ମାହତ କରିଛି । ଏଭଳିକି ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଥିଲେ । ଆଉ ଯେତେବେଳେ ଜାଣିଲେ ଯେ, ସମୀର ଦେ ସୁସ୍ଥ ଅଛନ୍ତି, ତୁରନ୍ତ ତାଙ୍କ ପୋଷ୍ଟକୁ ହଟାଇ ଦେଇଥିଲେ ।

ଆଉ ଏହା ପରେ ସାମ୍ନାକୁ ଆସିଥିଲା, ବିଜେପି ନେତା ସିକନ୍ଦର ଅଲିଙ୍କ ଫେସବୁକ ପୋଷ୍ଟ । ଯେଉଁଥିରେ ସେ ଲେଖିଥିଲେ, ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର କରୁଥିବା ସମୟରେ ହଠାତ୍ ହୃତଘାତରେ ପୀଡ଼ିତ ହୋଇ ଆମ ପ୍ରିୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।

ଏହି ଫେସବୁକ ପୋଷ୍ଟ କେଉଁ ଉର୍ଦ୍ଦେଶ୍ୟ ରଖି କରାଯାଇଥିଲା, ତାହା ଆପଣ ଠିକ୍ ଜାଣି ପାରିବେ ଯଦି ଆପଣ ସିକନ୍ଦର ଅଲିଙ୍କ ପରବର୍ତୀ ପୋଷ୍ଟଟି ଦେଖିବେ । ସେଥିରେ ସେ ଲେଖିଛନ୍ତି- ଗତକାଲି ଏକ ଭୁଲ ତଥ୍ୟ ଶୁଣି ମୁଁ କରିଥିବା ପୋଷ୍ଟ ପାଇଁ ଦୁଃଖ ପ୍ରକାଶ କରୁଛି । ଜଗନ୍ନାଥଙ୍କ ନିକଟରେ ପ୍ରତାପ ବାବୁଙ୍କ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରୁଛି । ଆଉ ଏହି ସମ୍ପର୍କରେ ଯେଉଁ ସଫେଇ ରଖିଛନ୍ତି ସିକନ୍ଦର ଅଲ୍ଲୀ ।