କନକ ବ୍ୟୁରୋ: ଟିକାକୁ ନେଇ ଜୋର ଧରିଲା ବିଜେଡି – ବିଜେପି କଳି । ଗତକାଲି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ତେବେ ରାଜ୍ୟସଭା ସାଂସଦଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ସାଂସଦ ଜନବିରୋଧି, ମିଥ୍ୟା, ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
କେବଳ ଲୋକଙ୍କୁ ଟିକା ନ ନେବା ପାଇଁ ପ୍ରଭାବିତ କରିବା ଓ ଭୟ ସୃଷ୍ଟି କରିବା ପାଇଁ ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି । ଟିକା ନେଇ ବିଦେଶୀ ଯିବା ସର୍ତ୍ତ ଡ଼ବ୍ଲୁଏଚଓ ରଖିନଥିବା ସେ ଦୃଢ଼ୋକ୍ତି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/19-5.jpg)