ଆସାମରେ ଲଢେଇ ଜୋରଦାର । ମ୍ୟାଜିକ ନମ୍ବର ପାଇଁ ହେବ ମହାଲଢେଇ, ଜାଣନ୍ତୁ ପ୍ରାଥମିକ ଟ୍ରେଣ୍ଡରେ କିଏ କେତେ ଆସନରେ ଆଗୁଆ ।

454

କନକ ବ୍ୟୁରୋ : ଆସାମରେ କିଏ ଆଗରେ, କିଏ ପଛରେ? ଇଭିଏମ ଖୋଲିବା ସହ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ୧୨୬ ଆସନରୁ ୩୩ ଆସନରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ୨୨ଟି ଆସନରେ ଆଗୁଆ ରହିଛି । ତେବେ ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ଆଗକୁ ଫଳାଫଳ ଆହୁରି ରୋମାଞ୍ଚକର ହୋଇପାରେ ।

ଆସାମରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ୬୪ଟି ରହିଥିବା ବେଳେ ବିଜେପି ଏହି ନମ୍ବର ଅଭିମୁଖେ ରେସ ଆରମ୍ଭ କରିଛି । ଆସାମରେ ପୁଣିଥରେ ପଦ୍ମ ଫୁଟିବ ବୋଲି ବିଜେପି କ୍ୟାମ୍ପ ଆଶା ବାନ୍ଧି ବସିଛି । ସରକାରଙ୍କ ବିରୋଧରେ ଅସନ୍ତୋଷ ରହିଥିଲେ ମଧ୍ୟ ମୋଦି ଓ ଶାହାଙ୍କ ଷ୍ଟ୍ରାଟେଜି ବିଜେପିକୁ ବିଜୟ ଆଣିଦେବ ବୋଲି ଦଳୀୟ କ୍ୟାମ୍ପ ଦାବି କରୁଛି ।

ତେବେ ସରକାର ବିରୋଧୀ ହାୱା କଂଗ୍ରେସକୁ ଆସାମରେ ଶାସନ କ୍ଷମତାକୁ ଫେରାଇବ ବୋଲି ଆକଳନ କରାଯାଉଛି । ତେବେ ଏଗଜିଟ୍ ପୋଲ ଆକଳନ ଅନୁଯାୟୀ, ଆସାମରେ ସରକାର ଗଠନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିପାରେ ।