କନକ ବ୍ୟୁରୋ: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି ।
ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରି ଛତିଶଗଡର ୯୦ ଆସନରୁ ୫୧ ଆସନ ଏବଂ ରାଜସ୍ଥାନର ୧୯୯ ଆସନରୁ ୧୦୯ ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ତେବେ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିକୁ ସଫଳତା ମିଳିବା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟରେ ମୋଦୀ ମ୍ୟାଜିକ୍ କାମ କରିଥିବା କୁହାଯାଉଛି ।
ଏଥର ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ବିରୋଧୀଙ୍କୁ ଚକମା ଦେଇ ଶିବରାଜ ସିଂ ଚୌହାନ ଏଠି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ପରମ୍ପରା ବଜାୟ ରହିଥିବାବେଳେ, କଂଗ୍ରେସକୁ ହଟେଇ ପୁଣିଥରେ କ୍ଷମତାକୁ ଫେରୁଛି ବିଜେପି । ସେହିପରି ଛତିଶଗଡରେ ବଘେଲ ସରକାରକୁ ଚକମା ଦେଇ ବିଜେପିି ଏଠାରେ ମଧ୍ୟ ଆଗୁଆ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଛତିଶଗଡରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୪୫ ଥିବାବେଳେ, ଏଠାରେ ବିଜେପି ୫୧ ସିଟରେ ଆଗୁଆ ରହିଛି ।
ତେବେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନକୁ ଛାଡିଦେଲେ, କେବଳ ତେଲେଙ୍ଗାନାରେ ବର୍ତମାନ କଂଗ୍ରେସ ଆଗୁଆ ରହିଛି । ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ତେଲେଙ୍ଗାନାରେ ମଧ୍ୟ ଫାଇଦାରେ ରହିଛି । ଗତ ନିର୍ବାଚନରେ ତେଲେଙ୍ଗାନାରେ ବିଜେପି ମାତ୍ର ଗୋଟିଏ ସିଟ୍ ଜିତିବାକୁ ସକ୍ଷମ ହେଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୭ଟି ସିଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/12/27.jpg)