କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଏବେ ବିହାର ରାଜନୀତିରେ କ୍ଷମତା ସଂକଟ ଘନେଇବାରେ ଲାଗିଛି । ଏହି କ୍ରମରେ ସେଠାରେ ବିଜେପି ଓ ଜେଡିୟୁ ମେଣ୍ଟରେ ଚାଲିଥିବା ସରକାର ଖୁବଶୀଘ୍ର ଭାଙ୍ଗିଯିବ ବୋଲି ଆକଳନ କରାଯାଇଛି । ଏନେଇ ଆଜି ଜେଡିୟୁ ତରଫରୁ ଦଳର ନେତା ନୀତିଶ କୁମାର ତାଙ୍କ ବାସଭବନରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଡାକି ବୈଠକ କରିଥିଲେ । ବୈଠକ ପରେ ବିଜେପି ସହ ଥିବା ମେଣ୍ଟ ଭାଙ୍ଗିଛି ବୋଲି ଘୋଷଣା କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିନ ୪ ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି  ।

Advertisment

ଅନୁମାନ କରାଯାଉଛି କି, ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ସହ ସରକାର ଭଙ୍ଗ ପାଇଁ ପ୍ରସ୍ତାବ ଦେଇପାରନ୍ତି । ସେପଟେ କଂଗ୍ରେସ ଓ ଆରଜେଡି ନୀତିଶ କୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି । କହିରଖୁ କି, ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ତରଫରୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ ପାଇଥିଲା । ସେପଟେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା ।

ସେପଟେ ବିହାରରେ ମେଣ୍ଟ ସରକାର ବଞ୍ଚାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନୀତିଶ କୁମାରଙ୍କ ସହ ଯୋଗାଯୋଗ କରିଛନ୍ତି । କିଛିଦିନ ପୂର୍ବରୁ ଜେପି ନଡ୍ଡା କହିଛନ୍ତି କି ସବୁ ଆଞ୍ଚଳିକ ଦଳମାନେ ଶେଷ ହୋଇଯିବେ । ନଡ୍ଡାଙ୍କ ଏଭଳି ବୟାନକୁ ନେଇ ଅସନ୍ତୋଷ୍ଟ ଥିଲେ ନୀତିଶ କୁମାର