ଅପରାଧୀ, ଜନବିରୋଧୀ ନେତାଙ୍କୁ ପାଛୋଟି ନେଉଛି ବିଜେପି । ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ।

585

କନକ ବ୍ୟୁରୋ: ବିଜେଡି ନେତା ବିଜେପିରେ ସାମିଲ ହେବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି । ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବା ସମ୍ଭାବନା ନଥିଲା କି ବିଜେଡିରେ ସ୍ଥାନ ନଥିଲା । ସେହି ନେତାଙ୍କୁ ବିଜେପି କୋଳେଇ ନେଇଥିଲା । ୨୦୨୪ରେ ବିଜେପି ଆଉ ପାଦେ ଆଗକୁ ଯାଇ ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ଏହା ବିଜେପି ଅପାରଗତାକୁ ଇଙ୍ଗିତ କରୁଛି । ଏପରି ନେତାଙ୍କୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।