୨୦୨୪ ପାଇଁ ବିଜେପି ପ୍ରସ୍ତୁତ କରୁଛି ରଣନୀତି। ମାସେ ଭିତରେ ଓଡ଼ିଶାରେ ମୂଳଦୁଆ ପକାଇବାକୁ ଲକ୍ଷ୍ୟ।

270

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନରେ କେମିତି ଲଢ଼ିବ ବିଜେପି ଟର୍ଗେଟରେ ୧କୋଟି ପରିବାର ଅଛନ୍ତି । ମାସେ ଭିତରେ ଓଡ଼ିଶାରେ ମୂଳଦୁଆ ପକାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ ମହାଜନସମ୍ପର୍କ ଅଭିଯାନ କରିବ ବିଜେପି ।

ସେହିପରି ମଣ୍ଡଳସ୍ତରରେ ୪ଜଣିଆ ଟିମ୍ ରହିବେ । ପ୍ରଦେଶ କାର୍ଯ୍ୟକାରିଣୀ, ଜିଲ୍ଲା ଓ ମଣ୍ଡଳ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି । ମେ ୨୫ ପୂର୍ବରୁ ସବୁ ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟ ଓ ସମିତି ବୈଠକ ଶେଷ ହେବ । ସବୁ କାର୍ଯ୍ୟସମିତି ବୈଠକରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯୋଡ଼ାଯିବ । ମେ ୨୯ରେ ବର୍ଷ ପୂର୍ତିର ଲୋକଙ୍କୁ ବାର୍ତା ଦିଆଯିବ । ଗ୍ରାଉଣ୍ଡସ୍ତରରେ କାମ ଆରମ୍ଭ କରାଯିବାନେଇ ରଣନୀତି ପ୍ରସ୍ତୁତ ହେଉଛି ।