ଚାଲିଛି ଗଣତି, ଆସୁଛି ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିକୁ ବଡ ସଫଳତା । ଲୋକସଭାର ୧୯ ସିଟରେ ବିଜେପି ଆଗୁଆ

232

କନକ ବ୍ୟୁରୋ: ଓଡିଶାର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲରେ ଯାହା ଅନୁମାନ କରାଯାଉଥିଲା ତାହା ଧିରେ ଧିରେ ସତ ସାବ୍ୟସ୍ତ ହେଲା ଭଳି ଲାଗୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଓଡିଶାର ୨୧ ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ଚାଲିଥିବାବେଳେ, ଗୋଟିଏ ଆସନରେ ବିଜେଡି ଏବଂ ଅନ୍ୟ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ ଥିବାବେଳେ, ଯାଜପୁରରେ କେବଳ ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି । ଏହାବାଦ୍ ଅନ୍ୟ ସମସ୍ତ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।