୯ ଦିନରେ ପହଂଚିଲା କୃଷକ ମାନଙ୍କ ଆନ୍ଦୋଳନ । ଆନ୍ଦୋଳନ ଯେତେ ତେଜୁଛି ବିଜେପି ଭିତରେ ବି ଫାଟ ସେତେ ବଢିବାରେ ଲାଗିଛି । କିଚି ଅସନ୍ତୁଷ୍ଟ ଥିବା ବେଳେ ଜଣେ ମନ୍ତ୍ରୀଙ୍କ ପୁଅ ଆଜି ଦଳ ଛାଡିଛନ୍ତି

73

କନକ ବ୍ୟୁରୋ : ଦେଶର ଅନ୍ନଦାତା ଏବେ ରାସ୍ତାରେ । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକ ଅ୍ରାନ୍ଦୋଳନକୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି  । ନେତା, ଅଭିନେତା, ଖେଳାଳୀ ଓ ଶେଷରେ ବଡି ବିଲଡର ମାନଙ୍କର ସମର୍ଥନ ମଳିଛି କୃଷକ ଆନ୍ଦୋଳନକୁ । ହେଲେ ସରକାରଙ୍କ ସହ ୪ ଥର ବୈଠକ ପରେ ବି କୃଷକଙ୍କୁ କିଛି ସଫଳତା ମିଳିପାରି ନାହିଁ । ଏହାରି ମଧ୍ୟରେ ହରିଆଣା ବିଜେପି ନେତା ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଜଗଦୀଶ୍ ନେହେରାଙ୍କ ପୁଅ ତଥା ବିଜେପି ନେତା ସୁରେନ୍ଦ୍ର ନେହେରା ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସେ ଇସ୍ତଫା ଦେବା ପରେ ଏବେ କୃଷକ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି । ସେ କହିଛନ୍ତି କି ସେ ପ୍ରଥମେ ଜଣେ କୃଷକ ଓ ପରେ ନେତା । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ସରକାର ନିସର୍ତ୍ତ ଭାବେ କୃଷକଙ୍କ ଦାବିକୁ ମାନିନେବା ଉଚିତ୍ । ଏହାସହ ସେ ପରୋକ୍ଷ ଭାବେ ବିଜେପିକୁ ଟାଗେଟ୍ କରି କହିଛନ୍ତି କି ଯେଉଁମାନେ କୃଷକ ମାନଙ୍କ ପାଇଁ ନିର୍ବାଚନ ଜିତି କ୍ଷମତା ଉପଭୋଗ କରୁଛନ୍ତି ସେମାନେ ଏବେ କୃଷକ ମାରଣ ଆଇନ୍ ପ୍ରଣୟନ କରୁଛନ୍ତି ।

କହିରଖୁ କି କୃଷକ ଆନ୍ଦୋଳନ ଏବେ ଆନ୍ନା ହଜାରେଙ୍କ ଜନଲୋକପାଳ ଆନ୍ଦୋଳନ ଭଳି ରୁୂପ ନେଇଛି । ଦିଲ୍ଲୀ ସୀମାରେ କେବଳ ହରିଆଣା, ପଞ୍ଜାବ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଚାଷୀ ମାନେ ଆନ୍ଦୋଳନକୁ ଉହ୍ଲାଇଥିବା ବେଳେ ଦେଶର ସମସ୍ତ ରାଜ୍ୟର କୃଷକ ଓ କୃଷକ ସଂଗଠନ ମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ନିଜ ନିଜ ରାଜ୍ୟରେ ପ୍ରତିକାତ୍ମକ ଧାରାଣା ଦେଇଛନ୍ତି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଏହି ଆନ୍ଦୋଳନକୁ ସମର୍ଥନ କରି ପଦ୍ମବିଭୂଷଣ ପୁରସ୍କାର ଫେରାଇଛନ୍ତି । ଅନ୍ୟପଟେ ସରକାର ଏନେଇ କିଛି ନିସ୍କର୍ସରେ ପହଂଚିପାରୁ ନଥିବା ବେଳେ ଆନ୍ଦୋଳନକୁ ରୋକ୍ ଲଗାଇବାକୁ ସୁପ୍ରମିକୋର୍ଟର ସାହାରା ନେଇଥିବା ଦେଖିବାକୁ ମିଳିଛି ।