କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବୁଧବାର କହିଛନ୍ତି ଯେ ‘ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ପ୍ରଚାର କରିବାରେ ‘ହିରୋ’ । ହେଲେ ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଓ ତାଙ୍କ ନେତୃତ୍ୱାଧିନ ସରକାର ପ୍ରଚାର କରିବାରେ ‘ଜିରୋ’ । କାରଣ ସେ ତାଙ୍କର କାମ ଓ ଅଭିଜ୍ଞତାର ପ୍ରଚାର କରିବାରେ ବିଫଳ ହୋଇଛନ୍ତି’ ।
ସୂଚନା ମୁତାବକ, ଗୁଲାମ ନବୀ ଆଜାଦ ‘ଲୋକମତ ଟାଇମ୍ସ ଏକ୍ସିଲେନ୍ସ ଇନ୍ ହେଲଥ୍ କେୟାର ଆୱାର୍ଡ ୨୦୨୧’କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି । ଆଜାଦ କହିଛନ୍ତି ଯେ, ଏକ ନିର୍ବାଚିତ ପ୍ରତିନିଧି ଭାବେ ତାଙ୍କର ୪୨ ବର୍ଷ ଜମ୍ମ-କାଶ୍ମିର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ତାଙ୍କୁ ଅପାର ସନ୍ତୋଷ ମିଳିଛି । ଏହା ସହ ସ୍ୱାସ୍ଥ୍ୟମନ୍ତ୍ରୀ ଭବେ କାର୍ଯ୍ୟ କରି ସେ ସନ୍ତୁଷ୍ଟିି ପାଇଛନ୍ତି । କାରଣ ଏହି ଅବଧିରେ ସେ ଲୋକଙ୍କ ପାଇଁ କିଛି କଲ୍ୟାଣକାରୀ ଯୋଜନା କରି ସେବା ଯୋଗାଇପାରିଛନ୍ତି ବୋଲି କହିଛନ୍ତି ।
Follow Us