କନକ ବ୍ୟୁରୋ: ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରେ ସହଯୋଗୀ ଦଳଙ୍କ ସହ ରାଜ୍ୟ ବିହାର ଓ ଆନ୍ଧ୍ର ପାଇଁ ହାତ ଖୋଲି ଅଜାଡି ଦେଇଛି ବିଜେପି। ଏପରିକି ଲୋକସଭା ନିର୍ବାଚନରେ ବିଜେପି ଭଲ ପଦର୍ଶନ କରିଥିବା ରାଜ୍ୟ ଓଡ଼ିଶା, ଛତିଶଗଡ଼, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶକୁ ବଜେଟରେ ସେଭଳି କିଛି ଅନୁଦାନ ମିଳିନାହିଁ। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସରକାର ବଞ୍ଚାଇବା ପାଇଁ ବିଜେପି ଦୁଇ ସହଯୋଗୀ ଦଳ ଜେଡିୟୁ ଓ ଟିଡିପିକୁ ସବୁ ଦେଇଦେଇଥିବା ଅଭିଯୋଗ ଆଣିଛନ୍ତି ଇଣ୍ଡି ମେଣ୍ଟର ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଆନ୍ଧ୍ର- ବିହାର ବଜେଟ କହି କଟାକ୍ଷ କରିଛନ୍ତି।
ବଜେଟରେ ଏନଡିଏର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ପାଇଁ ବଜେଟରେ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ରାସ୍ତା, ପାୱାର ପ୍ରୋଜେକ୍ଟ ଓ ବନ୍ୟା ମୁକାବିଲା ପାଇଁ ବିହାରକୁ ୫୮, ୯୦୦ କୋଟିର ଅନୁଦାନ ମିଳିଛି। ସେହିପରି ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ନିର୍ମାଣ ପାଇଁ ୧୫ ହଜାର କୋଟିର ପାଣ୍ଠି ପ୍ରଦାନ କରଯାଇଛି। ବଜେଟରେ ଆନ୍ଧ୍ର ବିହାରକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ପାଣ୍ଠି ମିଳିବା ପରେ ସୋସିଆଲ ମିଡିଆରେ ମଜାଳିଆ ମିମ୍ସ ଦେଖିବାକୁ ମିଳିଛି। ସହଯୋଗୀ ଦଳଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଜେପି ବ୍ୟାକଫୁଟକୁ ଚାଲିଯାଇଥିବା କୁହାଯାଉଛି। ଏପରିକି ବିଜେପିଶାସିତ ରାଜ୍ୟ ପାଇଁ ଦଳ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ। ତେବେ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି ବିରୋଧୀଙ୍କୁ କଡା ଯବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ।
ବିଜେପିକୁ ସରକାର ୫ ବର୍ଷ ସରକାର ଚଳାଇବା ପାଇଁ ଦୁଇ ସହଯୋଗୀ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନର ଆବଶ୍ୟକତା ଥିବା ଭଲ ଭାବେ ଜାଣିଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ତେଣୁ ବିଜେପିଶାସିତ ରାଜ୍ୟ ଅପେକ୍ଷା ସେମାନଙ୍କ ଦାବିକୁ ଦଳ ଅଗ୍ରାଧିକାର ଦେଇଥିବା କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/dwdwaa.jpg)