ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ବିଜେପିର ଟାର୍ଗେଟ୍ : ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର;ଫନି ପ୍ରଭାବିତ ହୋଇନଥିବା ଜିଲ୍ଲା ପାଇଁ ଆବାସ ମାଗିବା ହାସ୍ୟାସ୍ପଦ

184

କନକ ବ୍ୟୁରୋ : ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ପ୍ରେସମିଟ୍ କରି ଅଭିଯୋଗ ଆଣିଛି । ଜିଓ ଟ୍ୟାଙ୍ଗିଙ୍ଗ ହୋଇପାରୁନି ଓ ଫନି ପ୍ରଭାବିତ ହୋଇନଥିବା ଜିଲ୍ଲା ପାଇ ଆବାସ ଘର ମାଗିଛନ୍ତି । ଏ ଚିଠି ଏକ ହାସ୍ୟାସ୍ପଦ ଚିଠି ବୋଲି ବିଜେପି କହିଛି । ୨୦୧୮-୧୯ରେ ପାଂଚ ଥର ଆବାସ ସଫ୍ଟର ୱିଣ୍ଡୋ ଖୋଲା ଥିଲା, କିନ୍ତୁ ମାତ୍ର ୪୫ ହଜାର ୯୦୩ ନାମ ପଂଜୀକୃତ ହୋଇଛି ।

ଫନି ବେଳେ ୩ ଲକ୍ଷ ୮୯ ହଜାର ଲୋକଙ୍କ ପାଇଁ ଘର ଦରକାର ଓ ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଥିଲେ । ସେତେବେଳେ ଦୁଇଟି ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୧୩ ଲକ୍ଷ ଲୋକଙ୍କ ନାଁ ଯୋଡ଼ିଲେ । ମୁଖ୍ୟମନ୍ତ୍ରୀ ନିଜ ଅଜ୍ଞତା ପ୍ରକାଶ କରି ଚିଠି ଲେଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି । ଯଦି ଫନି ପ୍ରଭାବିତ ଜିଲ୍ଲାକୁ ଦେବେ ବୋଲି କହିଥିଲେ, ତେବେ ମାଲକାନଗିରି ଜିଲ୍ଲାକୁ କେମିତି ଦେଲେ ବୋଲି ପ୍ରଶ୍ନ କରିଛି ବିଜେପି । ଯେଉଁ ନାମ ପଂଜିକୃତ ହେବ, ସେଗୁଡ଼ିକ ଜନ ନୀରିକ୍ଷଣ ସମିତି ଗଠନ ହୋଇ ଗ୍ରାମସଭା ମାଧ୍ୟମରେ ତାଲିକା ଚୂଡ଼ାନ୍ତ କରାଯିବାକୁ ଦାବି କରିଛି ବିଜେପି ।