ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ସିବିଆଇ ତଦନ୍ତ ଦାବି କରିବ ଦଳ

Advertisment
ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ସିବିଆଇ ତଦନ୍ତ ଦାବି କରିବ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ମୁଖ୍ୟ ବିରୋଧ ଦଳ ବିଜେପି ବିଧାୟକ ଦଳର ବୈଠକ ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଧାନସଭା ଅଧିବେସନ ପାଇଁ ରଣନୀତି ପ୍ରସ୍ତୁତି କରାଯାଉଛି । ରାଜ୍ୟ ସଭାପତି ସମୀର ମହାନ୍ତି, ସାଙ୍ଗଠନିକ ସମ୍ପାଦକ ମାନସ ମହାନ୍ତି, କୋର କମିଟି ସଦସ୍ୟ ମନମୋହନ ସାମଲ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବିରୋଧ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଅଛନ୍ତି । ହେଲେ ଅସୁସ୍ଥତା ଯୋଗୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ବୈଠକରେ ଯୋଗ ଦେଇନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe