ସଂସଦରେ ହଟ୍ଟଗୋଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ, ଗୃହ ଚଳାଇ ନଦେବା ପାଇଁ ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

Advertisment
ସଂସଦରେ ହଟ୍ଟଗୋଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ, ଗୃହ ଚଳାଇ ନଦେବା ପାଇଁ ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

କନକ ବ୍ୟୁରୋ: ଚଳିତ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଦ୍ୱାରା ବାରମ୍ବାର କରାଯାଇଥିବା ହଟ୍ଟଗୋଳ ପାଇଁ କ୍ଷୁବ୍ଧ ହୋଇଛନ୍ତି କେନ୍ଦ୍ର ସରକାର । ପେଗାସସ୍, ଚାଷୀ ଆନ୍ଦୋଳନ, ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ଏଥର ସଂସଦର ଉଭୟ ସଦନକୁ ଚଳାଇ ଦେଇନଥିବାରୁ ଦୁଇ ଦିନ ଆଗରୁ ହିଁ ସଂସଦର କାର୍ଯ୍ୟକାଳକୁ ଶେଷ କରାଯାଇଛି ଆଉ ଏଥିପାଇଁ ବିରୋଧୀ କ୍ଷମା ମାଗିବା ଦରକାର ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ପିୟୁଷ ଗୋଏଲ, ମୁଖତାର ଆବାସ ନକବୀ,ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, ଅର୍ଜୁନ ମେଘୱାଲ, ବି ମୁରଳୀଧରନ ମିଳତ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ପକ୍ଷ ରଖିଛନ୍ତି ।

କେନ୍ଦ୍ର ସରକାର କହିଛନ୍ତି ଲୋକେ ଅପେକ୍ଷା କରିଥାନ୍ତି ସେମାନଙ୍କ ସମସ୍ୟା ଯେପରି ସଂସଦରେ ଉଠାଯିବ, ସେଥିରେ ଆଲୋଚନା କରାଯିବ । ହେଲେ ବିରୋଧୀ ସେଥିପ୍ରତି ଆଦୌ ଯତ୍ନଶୀଳ ନୁହଁନ୍ତି । ଆଉ ଏଥର ସଂସଦ ଚଳାଇ ଦେଇନଥିବାରୁ ବିରୋଧୀ ଏଥିପାଇଁ ବେଶ ଗର୍ବ ଅନୁଭବ କରୁଥିବେ ବୋଲି କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ କିନ୍ତୁ ଭୁଲ ସ୍ୱୀକାର କରିବାକୁ ନାଜାର । ସଂସଦ ଚଲାଇ ନପାରିବା ପଛରେ କେବଳ କେନ୍ଦ୍ର ସରକାର ଦାୟୀ ବୋଲି କଂଗ୍ରେସ ପାଲଟା ଅଭିଯୋଗ କରିଛି ।

ଏଥର ସଂସଦର ଗୃହକାର୍ଯ୍ୟ ସଠିକ୍ ଭାବେ ଚାଲି ପାରି ନଥିବାରୁ କେନ୍ଦ୍ର ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି । ମାତ୍ର ଏନେଇ ବିରୋଧୀ କ୍ଷମା ମାଗିବା ଉଚିତ୍ ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି । ଏଥିସହ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe