କନକ ବ୍ୟୁରୋ : ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ନୀତିଶ କୁମାରଙ୍କ ନେତୃତ୍ୱରେ ଲଢିବ । ଏନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ଯେଭଳି ଭାବେ ବିଜେଡି ଓ ଜେଡିୟୁ ମେଣ୍ଟ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ନିର୍ବାଚନ ଲଢିଥିଲା, ୨୦୨୫ ମସିହାରେ ମଧ୍ୟ ସମାନ ଢଙ୍ଗରେ ବିଜେପି ନିର୍ବାଚନ ଲଢିବ ।

Advertisment

ବିହାର ବିଜେପି ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ । ଏହାକୁ ପୁଣିଥରେ ଦୋହରାଇଛନ୍ତି ବିଜେପିର ବରିଷ୍ଠ ନେତା ନୀରଜ କୁମାର    । ଲୋକସଭା ନିର୍ବାଚନ ବେଳେ ଆରଜେଡି ଭାଗରେ କମ୍ ଆସନ ପଡିଥିଲା । ସେତେବେଳେ ବିଜେପି ନୀତିଶଙ୍କୁ ଏହି ଆଶ୍ୱାସନା ଦେଇଥିଲା । ହେଲେ ବିହାରରେ ଜେଡିୟୁ ପାଖରେ ବିଜେପି ତୁଳନାରେ କମ୍ ବିଧାୟକ ରହିଛନ୍ତି । ହେଲେ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ସାମିଲ ହେବା ପରେ ବିଜେପି ନୀତିଶଙ୍କ ଉପରେ ସର୍ବାଧିକ ଭରସା କରିଛି । ଏନେଇ ସମ୍ରାଟ ଚୌଧୁରୀ କହିଛନ୍ତି କି, ୧୯୯୬ ମସିହା ଠାରୁ ବିଜେପି ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ବିଧାନସଭା ନିର୍ବାଚନ ଲଢୁଛି ଓ ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ।