ନବୀନଙ୍କ କୁଚିଣ୍ଡା ଗସ୍ତ ଆଗରୁ ପ୍ରଶ୍ନ ଉଠାଇଲା ବିଜେପି : କହିଲା ‘ସିନ୍ଦୁର ଫରୁଆରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ’, କେବଳ ଦଳୀୟ ପ୍ରଚାର ପାଇଁ ବାହାରକୁ ବାହାରୁଛନ୍ତି

କୁଚିଣ୍ଡାର ଅସଂପୂର୍ଣ୍ଣ ପ୍ରକଳ୍ପକୁ ନେଇ ପଚାରିଲା ୨୨ ପ୍ରଶ୍ନ ; ମମିତା ପରିବାରକୁ ଭେଟି ସାନ୍ତ୍ୱନା ଦେବାକୁ ପରାମର୍ଶ

120

କନକ ବ୍ୟୁରୋ : ଆସନ୍ତାକାଲି ସମ୍ବଲପୁର କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ସିନ୍ଦୁର ଫରୁଆ ଭିତରେ ରହୁଥିବା ଦଳ ଆକ୍ଷେପ କରିଛି । ଲୋକସେବା ଭବନ କିମ୍ବା ବିଧାନସଭା ଯାଉନାହାନ୍ତି ମୁଖ୍ୟମନ୍ତ୍ରୀ । ଏପରିକି କେନ୍ଦ୍ରମନ୍ତ୍ରୀ ମାନଙ୍କୁ ନିଜ ବାସଭବନରେ ସାକ୍ଷାତ କରୁଛନ୍ତି ।

ହେଲେ ଦଳୀୟ ପ୍ରଚାର ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବାରୁ ପ୍ରଶ୍ନ ଉଠାଇଛି ବିଜେପି । ସେହିପରି କୁଚିଣ୍ଡା ଗସ୍ତ ପୂର୍ବରୁ ବିଭିନ୍ନ ଅସଂପୂର୍ଣ୍ଣ ପ୍ରକଳ୍ପ କାହିଁକି ଶେଷ ହୋଇନାହିଁ ବୋଲି ୨୨ଟି ପ୍ରଶ୍ନ ପଚାରିଛି ଦଳ । ଅନ୍ୟପକ୍ଷରେ ମମିତା ମେହେର ପ୍ରସଙ୍ଗରେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ଘରକୁ ଗସ୍ତ କରିବା ଲାଗି ପରାମର୍ଶ ଦେଇଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଉଠୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦଳ ଦାବି କରିଛି ।