କର୍ଣ୍ଣାଟକରେ ‘ବିଜେପି ସରକାର’ ନା ‘କଂଗ୍ରେସ ସରକାର’? କାହା ହାତକୁ ଯିବ ଶାସନ କ୍ଷମତା? ନା ପୁଣି କିଙ୍ଗମେକର ହେବ ଜେଡିଏସ୍? କଣ କହୁଛି ଏକଜିଟ୍ ପୋଲ....

Advertisment
କର୍ଣ୍ଣାଟକରେ ‘ବିଜେପି ସରକାର’ ନା ‘କଂଗ୍ରେସ ସରକାର’? କାହା ହାତକୁ ଯିବ ଶାସନ କ୍ଷମତା? ନା ପୁଣି କିଙ୍ଗମେକର ହେବ ଜେଡିଏସ୍? କଣ କହୁଛି ଏକଜିଟ୍ ପୋଲ....

କନକ ବ୍ୟୁରୋ: କର୍ଣ୍ଣାଟକର ସମସ୍ତ ୨୨୪ ଆସନ ପାଇଁ ଶେଷ ହୋଇସାରିଛି ମତଦାନ । ଆସନ୍ତା ୧୩ ତାରିଖରେ ଆସିବ କର୍ଣ୍ଣାଟକ ଫଳାଫଳ । ତେବେ ଏହା ପୂର୍ବରୁ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ୧୧୩ ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ, କିଏ ରାଜ୍ୟରେ ଆଗାମୀ ସରକାର ଗଠନ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ଭିନ୍ନ ଭିନ୍ନ ଏକଜିଟ୍ ପୋଲରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ତେବେ ଏକାଧିକ ଏକଜିଟ୍ ପୋଲରେ କଂଗ୍ରେସକୁ ଏଥର ଅଧିକ ସିଟ୍ ମିଳିବା ନେଇ ଅନୁମାନ କରାଯାଇଥିବାବେଳେ, କିଛି ଏକଜିଟ୍ ପୋଲରେ ବିଜେପିକୁ ମଧ୍ୟ ବହୁମତ ମିଳିବା ନେଇ ଅନୁମାନ କରାଯାଉଛି । ତେବେ କର୍ଣ୍ଣାଟକ କାହାର ହେବ? କର୍ଣ୍ଣାଟକରେ କିଏ ସରକାର ଗଢିବ ତା ଆସନ୍ତା ୧୩ ତାରିଖ ଦିନ କିନ୍ତୁ ପକ୍କା ହେଇଯିବ ।

ଏବିପି ସି-ଭୋଟର ଏକଜିଟ୍ ପୋଲର ଆକଳନ ମୁତାବକ, ଏଥର କର୍ଣ୍ଣାଟକରେ ବିଜେପିକୁ ୬୬ହୁ ୮୬ ସିଟ୍ ମିଳିବାକୁ ଥିବାବେଳେ, ବିଜେପିକୁ ୮୧ରୁ ୧୦୧ ସିଟ୍ ମିଳିପାରେ । ଅର୍ଥାତ ବହୁମତ ହାସଲ କରିବାରୁ କଂଗ୍ରେସ ଅଳ୍ପ ଦୂରରେ ରହିବ । ସେହିପରି ଜେଡିଏସକୁ ୨୦ରୁ ୨୭ ଆସନ ମିଳିବା ନେଇ ସି-ଭୋଟର ସର୍ଭେରୁ ଅନୁମାନ କରାଯାଇଥିବାରୁ, କୁମାରସ୍ୱାମୀ ପୁଣିଥରେ କର୍ଣ୍ଣାଟକରେ କିଙ୍ଗମେକର ହୋଇପାରନ୍ତି ।publive-imageସେପଟେ ଜନ୍ କି ବାତ୍ ଏକଜିଟ୍ ପୋଲରେ ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଛି । କୌଣସି ବି ଦଳକୁ ବହୁମତ ନ ମିଳିବା ନେଇ ଅନୁମାନ କରିଛି ଜନ୍ କି ବାତ୍ । ଆକଳନ ମୁତାବକ ଏଥର କଂଗ୍ରେସକୁ ୯୧ରୁ ୧୦୬ ଆସନ ମିଳିବାକୁ ଥିବାବେଳେ, ବିଜେପିକୁ ୯୪ରୁ ୧୧୭ ସିଟ୍ ମିଳିପାରେ । ତା ସହିତ ଜେଡିଏସକୁ ୧୪ରୁ ୨୪ଟି ସିଟ୍ ମିଳିବା ନେଇ ଆକଳନ କରିଛି ଜନ୍ କି ବାତ୍ । ତେଣୁ ଏଥିରେ ମଧ୍ୟ ଜେଡିଏସ୍ କିଙ୍ଗ ମେକର ହୋଇପାରେ ବୋଲି କୁହାଯାଉଛି । ତେବେ ଖାଲି ଏହି ଦୁଇଟି ଏକଜିଟ୍ ପୋଲ ନୁହେଁ, ଏକାଧିକ ଏକଜିଟ୍ ପୋଲରେ କଂଗ୍ରେସକୁ ଅଧିକ ସିଟ୍ ମିଳିବାକୁ ଯାଉଥିବା କୁହାଯାଉଥିଲେ ବି କୌଣସି ଦଳ ବହୁମତ ହାସଲ କରିନପାରନ୍ତି ବୋଲି କୁହାଯାଉଛି । ଏପରି ସ୍ଥିତିରେ ଜେଡିଏସ୍ କର୍ଣ୍ଣାଟକରେ କିଙ୍ଗ୍ ମେକର ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିବା ଆରମ୍ଭ କଲେଣି ।

ସୂଚନାଯୋଗ୍ୟ ଯେ, ଏଥର ଯଦି କର୍ଣ୍ଣାଟକରେ ବିଜେପି ସରକାର ଗଠନ କରେ । ତେବେ ୩୮ ବର୍ଷ ତଳର ରେକର୍ଡ ଭାଙ୍ଗିବ । ତେବେ କଂଗ୍ରେସ କିନ୍ତୁ ବିଜେପିକୁ ହଟେଇ, ପୁଣିଥରେ କର୍ଣ୍ଣାଟକର ଶାସନ ଡୋରି ନିଜ ହାତକୁ ନେବ ବୋଲି ଦାବି କରୁଛି । ସେପଟେ ଜେଡିଏସ୍ କିନ୍ତୁ ୨୦୧୮ ଭଳି ଏଥର ବି କିଙ୍ଗ୍ ମେକର ଭୂମିକା ତୁଲାଇବ ବୋଲି କୁହାଯାଉଛି । ତେଣ ଏହାରି ଭିତରେ ଆଗାମୀ ଦିନରେ କର୍ଣ୍ଣାଟକ ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

ନଜର ପକାନ୍ତୁ, ଏଥର କର୍ଣ୍ଣାଟକ ନିର୍ବାଚନର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ...

କର୍ଣ୍ଣାଟକ

  • କର୍ଣ୍ଣାଟକରେ ମୋଟ୍ ୨୨୪ ବିଧାନସଭା ସିଟ୍
  • ୫୮ ହଜାର ୨୮୨ ମତଦାନ କେନ୍ଦ୍ର
  • ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ଅଛନ୍ତି
  • ୨ କୋଟି ୫୯ ଲକ୍ଷ ମହିଳା ଭୋଟର
  • ୨ କୋଟି ୬୨ ଲକ୍ଷ ପୁରୁଷ ଭୋଟର
  • ୯ ଲକ୍ଷ ୧୭ ହଜାର ପ୍ରଥମଥର ଭୋଟ୍ ଦେଉଛନ୍ତି
  • ୪ ହଜାର ୬୯୯ ଜଣ ତୃତୀୟ ଲିଙ୍ଗ ଭୋଟର
  • ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଘରୁ ଭୋଟ୍ ଦେଇଛନ୍ତି

କାହିଁକି ଫୋକସରେ କର୍ଣ୍ଣାଟକ?

  • କର୍ଣ୍ଣାଟକ ଫଳାଫଳ ଉପରେ ନିର୍ଭର କରିବ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ
  • ଲୋକସଭା ନିର୍ବାଚନକୁ ଆଉ ବର୍ଷଟିଏ ଥିବାରୁ କର୍ଣ୍ଣାଟକ ବିଜୟ ବେସ୍ ଗୁରୁତ୍ୱପୂର୍ଣ୍ଣ
  • ଗୋଟିଏ ସପ୍ତାହରେ ୧୭ ରାଲି ଓ ୫ ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
  • ୧୯୮୫ରୁ ଗୋଟିଏ ରାଜନୈତିକ ଦଳ ଲଗାତର ୨ଥର କ୍ଷମତାରେ ରହିନାହାନ୍ତି
  • ବିଜେପିର ସବୁଠୁ ବଡ ଚେହେରା ୟେଦୁୁରପ୍ପା ନିର୍ବାଚନର ନେତୃତ୍ୱ ନେଉନାହାନ୍ତି
  • ୨୦୦୮ରେ ବିଜେପିକୁ କ୍ଷମତାକୁ ଆଣିବାରେ ୟେଦୁୁରପ୍ପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା
  • ୨୦୧୮ରେ ତ୍ରିଶଙ୍କୁ ବିଧାନସଭା ପରେ ସେ ୨୦୧୯ରେ ବିଜେପିକୁ କ୍ଷମତାକୁ ଆଣିଥିଲେ
  • ଦୁଇ ଥରଯାକ ସଂଖ୍ୟା ଗରିଷ୍ଠତାଠାରୁ ଅଳ୍ପ ଦୂରରେ ରହିଯାଇଥିଲା ବିଜେପି
  • ଚଳିତଥର କର୍ଣ୍ଣାଟକରେ ସରକାର ବିରୋଧୀ ସ୍ୱର ଖୁବ ଜୋରରେ ରହିଛି
  • ସରକାର ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗ କରି ଜୋରଦାର ଆକ୍ରମଣ କରିଛି କଂଗ୍ରେସ
  • କଂଗ୍ରେସକୁ କାଉଣ୍ଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ
  • ‘ବିଷଧର ସାପ’ ‘ଅପାରଗ ପୁଅ’ ଭଳି ବ୍ୟକ୍ତିଗତ ଆକ୍ଷେପକୁ ପ୍ରସଙ୍ଗ କରିଛନ୍ତି ମୋଦୀ
  • କଂଗ୍ରେସ କିଭଳି ତାଙ୍କୁ ଗାଳି ଦେଉଛି ତାକୁ ଲୋକଙ୍କ ଆଗରେ ବାରମ୍ବାର କହିଛନ୍ତି
  • କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ୍ କରିବ ବୋଲି କହିଥିଲା
  • ‘ବଜରଙ୍ଗ ଦଳ’କୁ ‘ବଜରଙ୍ଗ ବଲି’ଙ୍କ ଅପମାନ କହି କଂଗ୍ରେସକୁ ଘେରିଛନ୍ତି ମୋଦୀ

କଣ ଥିଲା ନିର୍ବାଚନ ପ୍ରତିଶ୍ରୁତି ?

କଂଗ୍ରେସ

  • ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି
  • ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମାସିକ ୧୦ କିଲୋ ମାଗଣା ଚାଉଳ
  • ଗରିବ ପରିବାରର ମହିଳା ମୁଖିଆଙ୍କୁ ପ୍ରତି ମାସ ୨ ହଜାର ଟଙ୍କାର ଆର୍ଥିକ ସହାୟତା
  • ସ୍ନାତକ ଓ ଡିପ୍ଲୋମାଧାରୀ ବେକାର ଯୁବକ, ଯୁବତୀଙ୍କୁ ୨ ବର୍ଷ ଯାଏଁ ବେକାରୀ ଭତ୍ତା
  • ପ୍ରତ୍ୟେକ ମହିଳାଙ୍କ ପାଇଁ ମାଗଣା ବସ୍ ପାସ୍
  • ‘ପିଏଫଆଇ’ ଭଲି ରାଜ୍ୟରେ ବ୍ୟାନ୍ ହେବ ‘ବଜରଙ୍ଗ ଦଳ’

ବିଜେପି

  • ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର
  • ଗରିବ ପରିବାରକୁ ପ୍ରତିଦିନ ଅଧ ଲିଟର ମାଗଣା କ୍ଷୀର, ମାସକୁ ୫ କିଲୋ ଖାଦ୍ୟଶସ୍ୟ
  • ସମସ୍ତ ସହରାଞ୍ଚଳ ୱାର୍ଡ ଗୁଡିକରେ ‘ଅଟଳ ଆହାର କେନ୍ଦ୍ର’ ପ୍ରତିଷ୍ଠା
  • ବାସହୀନ ଗରିବ ପରିବାରକୁ ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ପ୍ରଦାନ
  • ଦେଶର ଇଲେକଟ୍ରିକ ହବ୍ ହେବ କର୍ଣ୍ଣାଟକ, ବିଏମଟିସିରେ ଇଲେକଟ୍ରିକ୍ ବସ ଚାଲିବ
  • କ୍ଷମତାକୁ ଫେରିଲେ ‘ୟୁନିଫର୍ମ ସିଭିଲ କୋଡ୍’ ଏବଂ ‘ଏନଆରସି’ ଲାଗୁ ହେବ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe