ଓଡିଶାରେ ମୋହନ ସରକାରକୁ ପୂରିଲା ମାସେ । ୧୦୦ ଦିନିଆ କାର୍ଯ୍ୟ ଖସଡାରୁ ସରିଲା ୩୦ ଦିନ । ବାକି ୭୦ ଦିନରେ ପୂରା ହେବ ତ ନିର୍ବାଚନୀ ପ୍ରତିଶ୍ରୁତି ?

Advertisment
ଓଡିଶାରେ ମୋହନ ସରକାରକୁ ପୂରିଲା ମାସେ । ୧୦୦ ଦିନିଆ କାର୍ଯ୍ୟ ଖସଡାରୁ ସରିଲା ୩୦ ଦିନ । ବାକି ୭୦ ଦିନରେ ପୂରା ହେବ ତ ନିର୍ବାଚନୀ ପ୍ରତିଶ୍ରୁତି ?

କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୂରିଲା ମାସେ । ଜୁନ ୧୨ ତାରିଖ, ୨୪ ବର୍ଷର ବିଜେଡି ସରକାରକୁ ହଟାଇ ରାଜ୍ୟରେ ଶପଥ ଗ୍ରହଣ କରିଥିଲା ବିଜେପି ସରକାର। ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କଲା ବିଜେପି।

ପ୍ରଥମ ଦିନରୁ ହିଁ ସରକାରଙ୍କ ଆଗରେ ଚ୍ୟାଲେଂଜ ଥିଲା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ। ପ୍ରଥମ ଦିନରେ ବସିଥିଲା କ୍ୟାବିନେଟ୍ ବୈଠକ । ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ ମୋହନ ସରକାର। ଏହି ୧୦୦ ଦିନ ମଧ୍ୟରୁ ୩୦ ଦିନ ଶେଷ ହୋଇଛି ହୋଇଥିବା ବେଳେ ହାତରେ ଆଉ ୭୦ ଦିନ ବାକି ରହିଛି । ତେବେ ମାସକ ମଧ୍ୟରେ ମୋହନ ମାଝୀଙ୍କ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ଆଗକୁ କଣ ସବୁ ଚ୍ୟାଲେଞ୍ଜ ରହିଛି ? ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ମୋହନ ସରକାରର ଉପଲବ୍ଧି
-------------------------
-ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା
-ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ
-ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ
-ଓଡ଼ିଆ ଭାଷାରେ ସରକାରୀ କାମ
-ଦୀର୍ଘ ଦିନ ପରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ
-ଲୋକଙ୍କ ସମସ୍ୟା ନିଜେ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ
-ଜିଲ୍ଲା ସ୍ତରରେ ସମସ୍ୟା ଶୁଣିବା ଉପରେ ଗୁରୁତ୍ୱ
-ଧାନର ଏମଏସପି ୩୧ ଶହକୁ ବୃଦ୍ଧି ନିଷ୍ପତ୍ତି
-ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି
-ହକିକୁ ପ୍ରୋତ୍ସାହନ

ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ
-------------------------------
-ସୁଭଦ୍ରା ଯୋଜନାକୁ ସଠିକ୍ ଭାବେ କାର୍ୟ୍ୟକାରୀ
-କେଉଁଠୁ ଆସିବ ଟଙ୍କା ବଡ ଚ୍ୟାଲେଞ୍ଜ
-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଚ୍ୟାଲେଞ୍ଜ
-ପିସି କାରବାର ଉପରେ ରୋକ୍ ଲଗାଇବା
-ନୂଆ ନିଯୁକ୍ତି ସୃଷ୍ଟି କରିବା
-ଦରଦାମ ନିୟନ୍ତ୍ରଣ
-ପୂର୍ବ ସରକାରର ଲୋକାଭିମୁଖୀ ଯୋଜନାକୁ କେମିତି ଆଗକୁ ବଢ଼ାଇବେ
-ନିଜସ୍ୱ ଲୋକାଭିମୁଖୀ ଯୋଜନା କ’ଣ ରହିବ
-ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe