କନକ ବ୍ୟୁରୋ : କଂଗ୍ରେସର ଯୁବନେତ୍ରୀ ତଥା ଦଳର ପୂର୍ବତନ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ କନ୍ୟା ପୁନମ୍ ମହାଜନଙ୍କ ଟିକେଟ କାଟିଛି ବିଜେପି । ମହାରାଷ୍ଟ୍ର ମୁମ୍ବାଇ ଉତର ଆସନରୁ ସାଂସଦ ଥିବା ପୁନମ୍ ମହାଜନଙ୍କୁ ଚଳିତ ନିର୍ବାଚନରେ ବିଜେପି ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଓଜ୍ୱଳ ନିକମଙ୍କୁ ଟିକେଟ ଦେଇଛି । ଓଜ୍ୱଲ ନିକମ୍ ଜଣେ ଚର୍ଚ୍ଚିତ ଓକିଲ । ମୁମ୍ବାଇ ଆକ୍ରମଣ ବେଳେ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବଙ୍କୁ ଫାଶି ମାମଲାରେ ନିକମଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।
ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କି, ପାର୍ଟିର ନିଷ୍ପତ୍ତି କ୍ରମେ ମୁମ୍ବାଇ ଉତ୍ତର ଆସନ ପାଇଁ ଓଜ୍ୱଲ ନିକମଙ୍କ ନାମ ଉପରେ ମୋହର ଲାଗିଛି ।
ପୁନମ୍ ମହାଜନ ବିଜେପି ଟିକେଟରୁ ୨ଥର ସାଂସଦ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସେ ମୁମ୍ବାଇ ଉତ୍ତର ଆସନରୁ ବିଜେପି ଟିକେଟରେ ଲଢି ବିଜୟୀ ହୋଇଥିଲେ । ପିତା ପ୍ରମୋଦ ମହାଜନଙ୍କ ମୃତ୍ୟୁ ପରେ ପୁନମ୍ ରାଜନୀତିରେ ପ୍ରବେଶ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/17-23.jpg)