କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁମାନଙ୍କ ମଧ୍ୟରୁ ୧୭ ଜଣ ବିଧାୟକଙ୍କୁ ପୁଣିଥରେ ଭରସିଛି ଦଳ । ଯେଉଁମାନେ ଗତଥର ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ସେହିଭଳି ଘୋଷିତ ୧୧୨ ଆସନ ମଧ୍ୟରୁ ବିଜେପି ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟିଛି ଦଳ । ମାଲକାନଗିରି ଓ ବ୍ରହ୍ମଗିରିରୁ ୨ ବିଧାୟକଙ୍କର ଟିକେଟ କାଟିଛି ବିଜେପି ।
ପ୍ରଥମ ପର୍ଯ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ଯ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଡଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/29.jpg)