ପଦ୍ମପୁରରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ । ବିଜେପି କହିଲା, କଳାବଜାରୀ କରିଥିବା ଲୋକଙ୍କ ଘରେ ହୋଇଥିବ ରେଡ୍, ବିଜେଡିର ଅଭିଯୋଗ ଭିତ୍ତିହୀନ ।

ପଦ୍ମପୁରରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ । ବିଜେପି କହିଲା, କଳାବଜାରୀ କରିଥିବା ଲୋକଙ୍କ ଘରେ ହୋଇଥିବ ରେଡ୍, ବିଜେଡିର ଅଭିଯୋଗ ଭିତ୍ତିହୀନ ।

କନକ ବ୍ୟୁରୋ :   ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ଆଇଟି ରେଡକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ପରାଜୟ ଭୟରେ କେନ୍ଦ୍ରୀୟ ସଂସ୍ଥାକୁ ଧରି ଏଭଳି ରେଡ ବିଜେପି କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । ବିଜେଡି ସମର୍ଥକଙ୍କ ଘରେ ଆଇଟି ରେଡ କରାଇ ପଦ୍ମପୁରବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ସୁଶାନ୍ତ । ତେବେ ସୁଶାନ୍ତଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି ।

ବିଜେପିର ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି,  କଳାବଜାରୀଙ୍କ ଘରେ ଆଇଟି ରେଡ ହେଉଛି ।  ପଦ୍ମପୁରରେ ବିଜେଡିକୁ ଏତେ ବର୍ଷ କ୍ଷମତାରେ ରଖିଲେ ଲୋକ । କିନ୍ତୁ ପଦ୍ମପୁରବାସୀ ପାଇଛି କଣ । ଯେଉଁଥିପାଇଁ ପଦ୍ମପୁରର ଲୋକେ ଏବେ ବିଜେଡି ଠାରୁ ମୁହଁ ଫେରାଇ ନେଉଛନ୍ତି । ଆଇଟି ରେଡ୍ କଣ ପାଇଁ ହେଉଛି ତାହା ଆଇଟି ବିଭାଗ ଜାଣିଥିବ ।  ରେଡ୍ ବାବଦରେ ଆମେ ଗଣମାଧ୍ୟମରୁ ଖବର ପାଇଲୁ । ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳ ପାଇବ ।  ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ବିଜେପି ପ୍ରରୋଚନାରେ କୌଣସି ରେଡ୍ ହୋଇନାହିଁ । ଏମାନେ ଏତେ କଳାବଜାରୀ କରିଛନ୍ତି ଯେ, ପାଳଦଉଡି ଦେଖିଲେ ଡରୁଛନ୍ତି ।

ଆଜି ସକାଳୁ ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଚଢ଼ାଉ ଜାରି ରହିଛି । ସାହୁପଡ଼ାରେ ମାନଭଞ୍ଜନ ସାହୁଙ୍କ ଘରେ ରେଡ କରୁଛନ୍ତି ଆୟକର ବିଭାଗ । ସେହିପରି ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଜାରି ରହିଛି ଛାନଭିନ ।  ସକାଳୁ ସକାଳୁ କାହିଁକି ରେଡ୍ କରାଯାଉଛି  ତାହାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe