କନକ ବ୍ୟୁରୋ : ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର ସମୟ ଦେଇଛି ଭାରତୀୟ ଜନତା ପାର୍ଟି ।
ଆରଡିସି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରିଥିଲେ ପ୍ରତିନିଧି ଦଳ । ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା । ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗିରଫ ପରେ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ । ଏବେ ଆରଡିସିଙ୍କ ଆଲୋଚନା କରିବା ପରେ ୭୨ ଘଣ୍ଟାର ସମୟ ଦେଇଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/14-19.jpg)