କନକ ବ୍ୟୁରୋ: ସପ୍ତମ ଥର ପାଇଁ ଗୁଜରାଟରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନରୁ ୧୫୬ ଆସନରେ ବିଜୟୀ ହେବା ସହ ନୂଆ ରେର୍କଡ କରିଛି ବିଜେପି । କଂଗ୍ରେସ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ମାତ୍ର ୧୭ ଆସନରେ ପାଇଛି । ଯାହା ଗୁଜରାଟ ରାଜନୀତିରେ କଂଗ୍ରେସର ସବୁଠାରୁ ଖରାପ ପ୍ରଦର୍ଶନ । ବିଜେପିର ବିପୁଳ ବିଜୟ ପରେ ଗୁଜୁରାଟରୁ ଆରମ୍ଭ କରି ଦିଲ୍ଳୀ ପର୍ଯ୍ୟନ୍ତ ଚାଲିଛି ବିଜୟ ଉତ୍ସବ । ଦିଲ୍ଳୀ ମୁଖ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୨ତାରିଖରେ ନୂଆ ସରକାର ଶପଥ ନେବ ।

Advertisment
  • ଗୁଜରାଟରେ ବିଜେପିର ବିପୁଳ ବିଜୟ 
  • ସପ୍ତମ ଥର ପାଇଁ ଗଢ଼ିବ ସରକାର 

ଗୁଜରାଟରେ ଦୀର୍ଘ ୨୭ବର୍ଷ ଧରି ଶାସନ କରି ଆସୁଥିଲେ ବି ପୁଣି ଥରେ ବିଜେପି ଉପରେ ଭରସା କରିଛନ୍ତି ଗୁଜୁରାଟବାସୀ । ଆଉ ବିପୁଳ ଭୋଟରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନ ବିଶିଷ୍ଟ ବିଧାନସଭାରୁ କେବଳ ବିଜେପି ୧୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ଯାହା ଗୁଜୁରାଟ ବିଧାନସଭା ଇତିହାସରେ ଏକ ନୂଆ ରେକର୍ଡ । ଏଥିପାଇଁ ଗୁଜରାଟବାସୀଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୁଜରାଟ ବିଧାନସଭା ଗଠନ ହେବା ଦିନଠାରୁ କୌଣସି ଗୋଟିଏ ରାଜନୈତିକ ଦଳକୁ ଏତେ ଆସନ ମିଳିନଥିଲା । ନଜର ପକାନ୍ତୁ ଗୁଜରାଟ ବିଧାନସଭାର ବିଜେପିର ଐତିହାସିକ ରେକର୍ଡ ଉପରେ..

  • ଆଜି ପର୍ଯ୍ୟନ୍ତ କୌଣସି ଦଳ ୧୫୦ରୁ ଅଧିକ ଆସନରେ ଜିତିନଥିଲା  
  • ୨୦୨୨ରେ କିନ୍ତୁ ଏହି ରେକର୍ଡକୁ ଭାଙ୍ଗି ୧୫୦ରୁ ଅଧିକ ଆସନରେ ଜିତିଛି ଦଳ 
  • ୧୯୮୫ ମସିହାରେ କଂଗ୍ରେସର ମାଧବ ସିଂ ସୋଲାଙ୍କି ୧୪୯ ଆସନରେ ଜିିତି ରେକର୍ଡ କରିଥିଲେ
  • ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ରେ ଦେଖିବାକୁ ମିଳିଥିଲା  
  • ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ୧୨୭ ଆସନରେ ଜିତିଥିଲା 
  • ୨୦୧୭ରେ ଦଳ ୯୯ଟି ଆସନ ହତେଇଥିଲା 

୧୯୯୫ରୁ ଲଗାତାର ଭାବେ ଗୁଜରାଟରେ ବିଜୟୀ ହୋଇ ଆସୁଛି ବିଜେପି । ତଥାପି ନିର୍ବାଚନକୁ ହାଲୁକା ଭାବେ ନେଇନଥିଲା ଭାରତୀୟ ଜନତା ପାର୍ଟି । ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନିଜେ ପ୍ରଚାରର ମଙ୍ଗ ଧରିଥିଲେ । ବଡ ବଡ ରୋଡ ସୋ କରିବା ସହ ଗୁଜରାଟୀ କାର୍ଡ ଖେଳିଥିଲେ । ଏଥିସହ  ଗୁଜରାଟ ରାଜନୀତିରେ ଆପର ଏଟ୍ରିଂ ବିଜେପି ପାଇଁ ଆର୍ଶୀର୍ବାଦ ସାବ୍ୟସ୍ତ ହୋଇଛି  । କଂଗ୍ରେସ ଦଳ ୨୦୧୭ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ୨୦୧୭ରେ ୭୭ ଆସନ ପାଇଥିବା କଂଗ୍ରେସ ଏଥର ମାତ୍ର ୧୬ରେ ସୀମିତ ରହି ଯାଇଛି । କୁହାଯାଉଛି ଆମ ଆଦମି ପାର୍ଟିର ଏଂଟ୍ରି ପରେ ବିଜେପି ବିରୋଧୀ ଭୋଟ ଭାଗ ଭାଗ ହେବା ଯୋଗୁଁ କଂଗ୍ରେସ ସର୍ବାଧିକ କ୍ଷତି ସହିଥିବା କୁହାଯାଉଛି ।