ପୁଣି ବାରାଣସୀରୁ ବିଜୟ ବାନା ଉଡାଇବା ପାଇଁ ମୈଦାନକୁ ଓହ୍ଲାଇବେ ମୋଦି । ଆଡ଼ଭାନୀଙ୍କ ଆସନରୁ ନିର୍ବାଚନ ଲଢ଼ିବେ ଅମିତ ଶାହା ।

84

କନକ ବ୍ୟୁରୋ: ଘୋଷଣା ହେଲା ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କଲେ ନିର୍ବାଚନ କମିଟି ସମ୍ପାଦକ ଜେ.ପି ନଡ୍ଡା । ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ବୋଲି ଚୂଡ଼ାନ୍ତ ହୋଇଛି । ସେହିଭଳି ଦେଶର ୧୮୪ଟି ସଂସଦୀୟ କ୍ଷେତ୍ର ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଜେପି. ନଡ୍ଡା ।

ସୂନଚା ମୁତାବକ ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଏହି ଆସନରୁ ୫ଲକ୍ଷ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବାରାଣସୀ ଲୋକସଭା ଅଧୀନସ୍ଥ ସମସ୍ତ ୮ଟି ଯାକ ଆସନରେ ବିଜେପି ଓ ତାହାର ସହଯୋଗୀ ଦଳ ବିଜୟୀ ହୋଇଥିଲେ ।

ସେହିଭଳି ପୂର୍ବରୁ ବିଜେପି ସଂସଦୀୟ ବୋର୍ଡ ନିଷ୍ପତି ମୁତାବକ ବୟସ ଓ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ୭୫ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ନେତାଙ୍କୁ ଆଉ ଟିକେଟ ଦେଇନାହିଁ ବିଜେପି । ଏହି ଦୃଷ୍ଟିରୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଟିକେଟ୍ ତାଲିକାରୁ ବାଦ୍ ଦେଇ ଗାନ୍ଧୀନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢ଼ିବେ ବୋଲି ବିଜେପି ଘୋଷଣା କରିଛି ।