ବିଜେପି ପ୍ରଚାର ଅବଧି ଉଲ୍ଲଂଘନ କରିଥିବା ଅଭିଯୋଗ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଫେରାଦ

56

କନକ ବ୍ୟୁରୋ : ପ୍ରଚାର ସରିବା ପରେ ବି ପଦ୍ମପୁରରେ ରାଜନୀତି ତୀବ୍ର ହୋଇଛି । ବିଜେପି ଭୋଟ ପ୍ରଚାର ସମୟସୀମା ଅବଧିଙ୍କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେପି ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ବିଜେଡି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେଡି ନେତା ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ ସିଇଓଙ୍କୁ ଭେଟିଛନ୍ତି । ଦଳ ଅଭିଯୋଗ ଆଣିଛି, ବିଜେପିକୁ ପରାଜୟ ଭୟ ଘାରିଛି । ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ଏ ନେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବି ସଫେଇ ରଖିଛନ୍ତି ।