କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ନୂଆ ବିବାଦର ବାସ୍ନା । ସହଯୋଗୀ ଦଳ ବିଜେପିକୁ ଟାର୍ଗେଟ କରିବାକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କଲା ଶିବସେନା । ଶିବସେନା ମୁଖପାତ୍ର ସଂଜୟ ରାଉତ ରାହୁଲଙ୍କୁ ପ୍ରଶଂସା କରିବା ସହ କହିଛନ୍ତି କି ଦେଶର ନେତୃତ୍ୱ ନେବା ପାଇଁ ରାହୁୁଲ ଏବେ ସମ୍ପୂର୍ଣ୍ଣ ଭାବେ ସକ୍ଷମ । ଦେଶରେ ମୋଦି ରାଲି ଶେଷ ହେବା ସହ ଗୁଜରାଟ ନିର୍ବାଚନରେ ବିଜେପିକୁ ପରାଜୟ ଭୋଗିବାକୁୁ ପଡିବ ବୋଲି କହିଛନ୍ତି ସଂଜୟ ।
ତେବେ କେବଳ ଶିବସେନା ନୁହେଁ, ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ବି ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଲୋକପ୍ରିୟତା ବୃଦ୍ଧି ଯୋଗୁଁ ବିଜେପି ଭୟଭୀତ ହୋଇପଡିଛି ବୋଲି ସେ କହିଛନ୍ତି । କଂଗ୍ରେସର ଗୋଟିଏ ରାଲିର ଜବାବରେ ଭୟଭୀତ ହୋଇ ବିଜେପି ୮ଟି ରାଲି କରୁଥିବା କହିଛନ୍ତି ରାଜ ଠାକରେ । ଏହାକୁ ଟୁଇଟରରେ କଡ଼ା ସମାଲୋଚନା କରାଯାଇଛି ବୋଲି ମଧ୍ୟ ରାଜ ଠାକରେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/sanjay-raut-shiv-sena-mp_650x400_41490868783.jpg)