କନକ ବ୍ୟୁରୋ: ହୋସ୍ ଉଡ଼ାଇଲା ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ଜାନୁଆରୀରୁ-ଜୁନ ମାସ ମଧ୍ୟରେ ହେଲିକପ୍ଟର ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି ଟଙ୍କା । ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଖର୍ଚ୍ଚ କରି ଅନୈତିକ ଭାବେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ କରିଛି ଘେରିଛି ବିଜେପି ।

Advertisment

ମେ’ ୧୪ରେ ଫାଇଭ-ଟି ସଚିବ ଭୁବନେଶ୍ୱରରୁ ଅନୁଗୁଳ ଯାଇଛନ୍ତି । ସରକାରୀ ଗସ୍ତ ବୋଲି କୁହାଯାଇଛି, ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେଠାରେ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ । କାହିଁକି ହେଲିକପ୍ଟର ବ୍ୟବହାର କରାଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଜୁନ୍ ୨୮ରେ ଫାଇଭ-ଟି ସଚିବ ତାଳଚେର ଯାଇଥିଲେ । ସରକାରୀ କାର୍ଯ୍ୟକ୍ରମ ନଥିଲା, ସେଠାରେ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ବୋଲି ବିଜେପି ନେତା ଅନୀଲ ବିଶ୍ୱାଳ କହିଛନ୍ତି । ଏହାସହ କେତେକ ପ୍ରଶ୍ନ ଉଠାଇଛି ବିଜେପି । ବ୍ୟକ୍ତିଗତ କାମ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି? ସରକାରୀ ଅର୍ଥର ଅପବ୍ୟବହାର କରାଯାଉ ନାହିଁ କି ? ବୋଲି ପ୍ରଶ୍ନ କରିଛି ବିଜେପି ।