ମାଲାମାଲ୍ ବିଜେପି ! ୨୦୧୭-୧୮ ବର୍ଷରେ ମିଳିଲା ୧ହଜାର କୋଟି ଟଙ୍କା ଚାନ୍ଦା ।

ଶାସନରେ ଥିବା ବିଜେପିକୁ ବାଣିଜ୍ୟ ବର୍ଷ ୨୦୧୭-୧୮ ମଧ୍ୟରେ ୧ହଜାର କୋଟି ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ମିଳିଛି ।

2,153
ଶାସନରେ ଥିବା ବିଜେପିକୁ ବାଣିଜ୍ୟ ବର୍ଷ ୨୦୧୭-୧୮ ମଧ୍ୟରେ ୧ହଜାର କୋଟି ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗକୁ ଦଳ ଦ୍ୱାରା ଦିଆଯାଇଥିବା ବାର୍ଷିକ ଫେରସ୍ତରେ ଏହି ବିଷୟରେ ସୂଚନା ମିଳିଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସବୁଠାରୁ ଧନୀ ଦଳ ଭାବରେ ଆଗକୁ ଆସିଛି । ସେହି ଭଳି ଭାବରେ ଦେଶର ୪ଟି ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ଆର୍ଥିକ ଲାଭ ମିଳିଛି ।
ସୂଚନାନୁଯାୟୀ, କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏପର‌୍ୟ୍ୟନ୍ତ ନିର୍ବାଚନ ଆୟୋଗ ପାଖରେ ବାର୍ଷିକ ଫେରସ୍ତ ଜମା କରି ନାହାଁନ୍ତି । ନିୟମ ଅନୁସାରେ ସମସ୍ତ ମାନ୍ୟତା ପ୍ରାପ୍ତ, ପଞ୍ଜୀକୃତ ଦଳ ପାଇଁ ଏମିତି କରିବା ଅନିବାର‌୍ୟ୍ୟ । ବିଜେପିକୁ ଏହି ବର୍ଷ ଜାନୁୟାରୀ ୨ରେ ଭାରତ ସରକାରଙ୍କ ଦ୍ୱାରା ଅଧିସୂଚିତ ନିର୍ବାଚନ ୱାର୍ଡରୁ ୨୧୦ କୋଟି ଟଙ୍କାର ଅଂଶ ମଧ୍ୟ ମିଳିଛି । ୨୦୧୬-୧୭ରେ ମାୟାବତୀଙ୍କ ନେତୃତ୍ୱରେ ବହୁଜନ ସମାଜ ପାର୍ଟିର କୋଷ ୬୮୧ରୁ ବଢି ୭୧୭ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ କୋଷ ୨୬୨ରୁ ୨୯୧ କୋଟି ଟଙ୍କା ହୋଇଛି । ୨୦୧୭-୧୮ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ କୋଷରେ ୧୦୪ କୋଟି ଦିଆ ଯାଇଛି । ଏହା ବିଜେପିର ବାର୍ଷିକ ଆୟର ୧୦ ପ୍ରତିଶତ । ଏତଦ୍ ବ୍ୟତୀତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ କୋଷରେ ୧.୫ କୋଟି ରହିଛି ।
ବିଜେପି ପ୍ରବକ୍ତା ଗୋପାଳ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଏହା ଦଳର ପାରଦର୍ଶୀତାର ଫଳ । ଦଳ ବାଣିଜ୍ୟିକ ଦେବା ନେବାକୁ ପାରଦର୍ଶୀ କରିବା ପାଇଁ ସମସ୍ତ ପ୍ରୟାଶ କରି ସାରିଛି । ଏହା ନିର୍ବାଚନ ଆୟୋଗକୁ ପଠା ଯାଇଥିବା ଅଡିଟ ରିପୋର୍ଟରେ ସଫା ସଫା ଦେଖା ଯାଉଛି । ଆମେ ଟଙ୍କାକୁ ଅନଲାଇନ ଚେକ ଜରିଆରେ ଦେଉ । ଏବେ ଲୋକୋମାନେ ନମୋ ଆପ୍ ଜରିଆରେ ମଧ୍ୟ ଦେଇ ପାରନ୍ତି । କିନ୍ତୁ ଏପର‌୍ୟ୍ୟନ୍ତ ଅନ୍ୟ ଦଳର ଲୋକୋମାନେ ଏହାର ସୂଚନା ଦିଅନ୍ତି ନାହିଁ ଯାହାକି କଳାଧନ ରଖିବା ସହିତ ସମାନ ।