କନକ ବ୍ୟୁରୋ : ମନ୍ତ୍ରୀ ପ୍ରତାପ ଜେନା ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ । ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ବିଜେପି ବିକ୍ଷୋଭ କରିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମିଲ କରି ପୁଣିଥରେ ତଦନ୍ତ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ସାଲେପୁର କୋର୍ଟ ।
ଏହି ମାମଲାରେ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ, ମାହାଙ୍ଗା ଆଇଆଇସି କାଟି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ସାଲେପୁର ଜେଏମଏଫସିରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ ମୃତ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ । ପିଟିସନରେ ସାନି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ, ଏହି ଘଟଣାରେ ପୁନଃ ତଦନ୍ତ କରିବା ପାଇଁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/26-21.jpg)