କର୍ଣ୍ଣାଟକ ବିଧାନସଭାରେ ହଟଗୋଳ: କଂଗ୍ରେସ ସାଂସଦ ସୟଦ ନସୀର ହୁସେନ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ପରେ ଗିରଫ ଦାବି କଲା ବିଜେପି

Advertisment
କର୍ଣ୍ଣାଟକ ବିଧାନସଭାରେ ହଟଗୋଳ: କଂଗ୍ରେସ ସାଂସଦ ସୟଦ ନସୀର ହୁସେନ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ପରେ ଗିରଫ ଦାବି କଲା ବିଜେପି

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭାରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା । ଏହା ବିରୋଧରେ ବିଧାନସଭା ବାହାରେ ଜୋରଦାର ପ୍ରତିବାଦ କରିଛି ବିଜେପି । କଂଗ୍ରେସ ସାଂସଦ ସୟଦ ନସୀର ହୁସେନ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ପରେ ତାଙ୍କ ଗିରଫ ଦାବି କରିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଶ୍ୱସନା ଦେଇଛନ୍ତି । କଂଗ୍ରେସ ସାସଂଦଙ୍କ ନାଁରେ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ୩ ଆସନରେ ବିଜୟ ପରେ ଦଳ ଉତ୍ସବ ମୁଖର ହୋଇଥିଲା । ଏହା ଭିତରେ ସାଂସଦ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ଗୁରୁବାର ଏନେଇ ବିଧାନସଭାରେ କଂଗ୍ରେସ ବିଜେପି ମୁହାଁମୁହିଁ ହେବା ସହ ଗୃହରେ ବିଜେପି ଦେଇଥିଲା ଜୟ ଶ୍ରରାମ ସ୍ଲୋଗାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe