ବିଧାନସଭାରେ ବିଜେପିର ଦାବି, ଇସ୍ତଫା ଦିଅନ୍ତୁ ଆଇନ ମନ୍ତ୍ରୀ ।

75

କନକ ବ୍ୟୁରୋ : ରାଜ୍ୟର ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ନେଇ ବିଧାନସଭାରେ ସରଗରମ ଆଲୋଚନା । ଗୃହରେ ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ । ମାନସ ଦାସ ଆଦିବାସୀ ପରିବାର ଗୁଡିକ ଉପରେ ଅତ୍ୟାଚାର କରୁଥିଲେ । ଏବଂ ବିଜେଡ଼ି ନେତାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ପୋଲିସ ଫେଲ ମାରିଛି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ଡ଼ିଏଫଓକୁ ସୁରକ୍ଷା ଦିଆଯାଉଛି । କୁହାଯାଇଛି ତାଙ୍କ ପ୍ରାଇଭେଟ ସଚିବ ତଦନ୍ତରେ ଚାପ ସୃଷ୍ଟି କରୁଥିଲେ । ତେଣୁ ଏହି ସବୁ ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉଛି ।

ଏହା ବାଦ ରାଜ୍ୟ ହତ୍ୟା ଓ ଦୁଷ୍କର୍ମ, ନାରୀ ନିର୍ୟ୍ୟାତନା ବଢ଼ି ଚାଲିଛି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ହାଜତ ମୃତ୍ୟୁ ପ୍ରସଙ୍ଗ ବି ଉଠାଇଛି ବିଜେପି । ଆଇନଶୃଙ୍ଖଳାକୁ ଦଳି ମକଚି ଦିଆଯାଇଥିବା ଏଭଳି ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । । ତେବେ ବିରୋଧୀ ବିଜେପି ଆଣିଥିବା ଅଭିଯୋଗର ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବା ସହ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।