କନକ ବ୍ୟୁରୋ: ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ବିଜେପିି । ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲା ଦଳ । ଆଜି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ । ରାଜ୍ୟ ନିର୍ବାଚନ କମିଶନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ, ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ ।