କନକ ବ୍ୟୁରୋ: ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ବିଜେପିି । ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲା ଦଳ । ଆଜି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ । ରାଜ୍ୟ ନିର୍ବାଚନ କମିଶନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ, ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ ।
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ବିଜେପିର ଦାବି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲା ଦଳ ।
/kanak/media/post_attachments/wp-content/uploads/2021/07/30-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)