ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ପାଖରୁ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା ବୋଲି ବିଜେପି ଅଭିଯୋଗ ଆଣିଛି ବିଜେପି ।

ସାହୁ ବ୍ରଦର୍ସଙ୍କ ସହ ବୌଦ୍ଧ, ସୋନପୁର, ଟିଟଲାଗଡ, ରାୟଗଡ଼ାରୁ ଯେଉଁ ମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ଅଭିଯୋଗ କଲା ବିଜେପି । ମଦ ବ୍ୟବସାୟଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ପଶ୍ଚିମ ଓଡ଼ିଶାର ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ ସହ ଉପକୂଳ ଓଡ଼ିଶାର ନେତା ମାନଙ୍କର ମଧ୍ୟ ସମ୍ପର୍କ ରହିଛି ବୋଲି ବିଜେପି ଅଭିଯୋଗ କରିଛି ।

ନିର୍ବାଚନ ସମୟର ବିଜେଡ଼ି ଅଜସ୍ର ଟଙ୍କା ଖର୍ଚ୍ଚ କରିବା ସହ ମଦର ବନ୍ୟା ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା କଥା କହୁଛନ୍ତି, ତେବେ ଏହା ଜନ ବିରୋଧୀ କି ନୁହେଁ ପ୍ରଶ୍ନ କରିବା ସହ ବିଜେପି କହିଛି, ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି ୫୦୦ କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା । ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ବିଜେପି କହିଛି,
• ଅଣ ଓଡ଼ିଆ ବ୍ୟବସାୟୀ ମାନେ ଓଡ଼ିଶାକୁ ଆସି ଲୁଟ କରୁଛନ୍ତି ?
• ଏତେ ଟଙ୍କା କାହାର ?
• କେଉଁଠୁ ଏବଂ କେମିତି ଆସିଲା ଏତେ ଟଙ୍କା ?
• ଦଳୀୟ ଟଙ୍କା ଲାଗିଛି କି ନାହିଁ ?
• ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଗଚ୍ଛିତ ରଖା ଯାଇଥିଲା କି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe