କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ । ନିର୍ବାଚନ ହାରିବା ଭୟରେ ପାଟକୁରା ବିଧାନସଭା ନିର୍ବାଚନ ଘୁଚାଂଇବାକୁ ଚେଷ୍ଟା କରୁଛି ବିଜେଡି ଏବଂ ରାଜ୍ୟ ସରକାର । ସାରା ଦେଶରେ ଠିକ୍ ସମୟରେ ନିର୍ବାଚନ ଚାଲିଥିବା ବେଳେ କିଛି କାରଣ ନଥାଇ ବି ପାଟକୁରା ନିର୍ବାଚନକୁ ଡେରି କରିବା ପାଇଁ ବିଜେଡି ଦଳର ମୁଖିଆ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଧାର୍ଯ୍ୟ ହୋଇଥିବା ତାରିଖରେ ନିର୍ବାଚନ ନକରିବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିିଯୋଗ ଆଣିଛି ବିଜେପି ।
ବିଜେପି ଅଭିିଯୋଗ ଆଣିଛି ଯେ, ବାତ୍ୟା 'ଫୋନି' କେବଳ ପୁରୀ, ଭୁବନେଶ୍ୱର ଏବଂ କଟକକୁ ଅଧିକ କ୍ଷତି ପହଂଚାଇଥିଲା ବେଳେ କେନ୍ଦ୍ରାପଡା ଜିଲ୍ଲା ଏବଂ ପାଟକୁରା ବିଧାନସଭା ମଣ୍ଡଳୀରେ କୌଣସି ବିଶେଷ କ୍ଷତି ହୋଇନାହିଁ । ହେଲେ ଆଗାମୀ ମେ ୧୯ ତାରିଖରେ ନିର୍ବାଚନ ହେବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ତାହାକୁ କାହିଁକି ବିନା କାରଣରେ ଘୁଚାଂଯାଇଛି । ଏହାର ପ୍ରତିବାଦରେ ଉଭୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ବିଜେପିର ୨ଟି ପ୍ରତିନିଧି ଦଳ ଭେଟି ପ୍ରତିବାଦ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/bjp-lotus.jpg.image_.784.410.jpg)