ଶାସକ ଦଳ ପାଇଁ ପ୍ରଚାର ସହ ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ ।ବିଜେଡି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି ।

ଶାସକ ଦଳ ପାଇଁ ପ୍ରଚାର ସହ ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ ।ବିଜେଡି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି ।

କନକ ବ୍ୟୁରୋ : ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ସିଇଓଙ୍କୁ ଭେଟିଲା ବିଜେପି ଟିମ । ଦଳର ଅଭିଯୋଗ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ମୁକ୍ତ ଅବାଧ ନିର୍ବାଚନ ହେଉ ନାହିଁ । ସରକାରୀ କଳକୁ ନିର୍ବାଚନ ପ୍ରଚାରରେ ଲଗାଉଛି ଶାସକ ଦଳ। ଭୋଟରଙ୍କୁ ପ୍ରଭାବିତ କରାଯାଉଛି ବୋଲି କହିଛି ବିଜେପି ।

ଦୁଇଟି ଅଭିଯୋଗ ସହ ବିଜେପି କହିଛି, କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଞ୍ଚାୟତର କମ୍ୟୁନିଟି ରିସୋର୍ସ ପର୍ସନ ଅଶ୍ମିତା ନାୟକ, ବିନତା ନାୟକ, ଜେ ପଣ୍ଡାକି ମାଲ, ପୂଜା ପଟେଲ ଏମାନେ ସରକାରୀ ଚାକିରୀରେ ଥାଇକି ନିର୍ବାଚନ ପ୍ରଚାର କରିବା ସହ ବିଜେଡି ପାଇଁ ଟଙ୍କା ବାଣ୍ଟୁଛନ୍ତି ।

ସେହିଭଳି ଆଉ ଏକ ଅଭିଯୋଗ ଆଣି ବିଜେପି କହିଛି, ସୁରୁଚି ପାଢ଼ି ନାନୀ ଅଙ୍ଗନବାଡ଼ି କର୍ମୀ । ସେ ସାମାଜିକ ଗଣମାଧମରେ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି । ଦୀପାଳିଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିବା ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି ବୋଲି କହିଛି ବିଜେପି । ଶାସକ ଦଳ କିଭଳି ସରକାରୀ କର୍ମଚାରୀଙ୍କୁ ଲଗାଇ ପ୍ରଚାର କରୁଛି ସେ ବାବଦରେ ସିଇଓଙ୍କୁ ଅବଗତ କରିଛୁ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛୁ ବୋଲି କହିଛନ୍ତି ବିଜେପି ନେତ୍ରୀ ସୋନାଲି ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe