ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି । ‘କାଳିଆ’ ସମୟସୀମା ବୃଦ୍ଧି ନେଇ ସିଇଓଙ୍କ ନିକଟରେ ବିଜେପିର ଫେରାଦ ।

Advertisment
ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି । ‘କାଳିଆ’ ସମୟସୀମା ବୃଦ୍ଧି ନେଇ ସିଇଓଙ୍କ ନିକଟରେ ବିଜେପିର ଫେରାଦ ।

କନକ ବ୍ୟୁରୋ: ଅର୍ଥ ମନ୍ତ୍ରୀଙ୍କ ବହିଷ୍କାର ଦାବୀ କରି ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ରାଜ୍ୟ ବିଜେପି । ‘କାଳିଆ’ ଯୋଜନାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣକୁ ବିରୋଧ କରି ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ରାଜ୍ୟ ବିଜେପି । ତେବେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଅର୍ଥ ମନ୍ତ୍ରୀ କାଳିଆ ଯୋଜନାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରିବର୍ଧିତ କରିଥିବା କହିବା ଆଇନର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିବା ସହ ଆଜି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

publive-image

ସମୀର କହିଛନ୍ତି କି, କାଳିଆ ଯୋଜନାରେ ଯେଉଁ ଅର୍ଥ ପଠାଯାଉଛି , ସେଥିରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରିନାହାଁନ୍ତି । ବର୍ତ୍ତମାନ ରାଜ୍ୟର ଅର୍ଥମନ୍ତ୍ରୀ ଆଚରଣ ବିଧି ଲାଗୁ ହେବା ପରେ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି କି କାଳିଆ ଟଙ୍କା ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲୁ ରହିବ । ଯାହାକୁ ଦୃଷ୍ଟିରେ ରଖି ଦଳ ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେବା ସହ ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ଏବଂ ଦଳୀୟ ଭିର୍ତ୍ତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ ହୀନ ଉଦ୍ୟମ କରାଯାଉଛି, ତାର ପ୍ରତିବାଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ରାଜ୍ୟ ବିଜେପି ଉପସଭାପତି କହିଛନ୍ତି ।

publive-image

ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ବେ ବନ୍ଦ ହେବନାହିଁ କାଳିଆ ଯୋଜନା ବୋଲି କିଛିଦିନ ତଳେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଥିଲେ । ଖାଲି ଏତିକି ନୁହେଁ ଏହା ଏକ ନିରନ୍ତର ଯୋଜନା । ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍ କଥା ନୁହେଁ । ଯଦି କେହି ବଞ୍ଚିତ ହୋଇଥିବେ କିମ୍ବା କାହା ନାମ ଏକାଧିକ ଥର ଆସିଥିବ ସରକାର ସେଥିପାଇଁ ପଦକ୍ଷେପ ନିଆଯାଉଛି। କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । ତେଣୁ ଏହାକୁ ମାର୍ଚ୍ଚ ୩୧ତାରିଖ ପର‌୍ୟ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି ସୂଚିତ କରିଥିଲେ ଅର୍ଥମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe