ଆସାମ ବିଧାନସଭା ନିର୍ବାଚନ: ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ମାଜୁଲିରୁ ଇଲେକ୍ସନ୍ ଲଢିବେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।

Advertisment
ବିବାଦ ଭିତରେ ସ୍ପଷ୍ଟୀକରଣ ରଖିଲା ରାୟଗଡା ଜିଲ୍ଲା ବିଜେପି । ଦଳୀୟ ବିଶୃଙ୍ଖଳା ପାଇଁ ଦେବାଶିଷ ଓ ପ୍ରେମ ପ୍ରସାଦଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଆସାମ ନିର୍ବାଚନ ପାଇଁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସର୍ବାନନ୍ଦ ସୋନଓ୍ବାଲ ମାଜୁଲି ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଜାଲୁକବାରୀରୁ ନିର୍ବାଚନ ଲଢିବେ ।

ବିଜେପି ପକ୍ଷରୁ ଆଜି ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆସାମରେ ବିଜେପି ଆସାମ ଗଣ ପରିଷଦ ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ) ସହ ମେଣ୍ଟ କରିଛି । ରାଜ୍ୟରେ ମୋଟ ୧୨୬ଟି ଆସନ ଥିବାବେଳେ ଆସାମ ଗଣପରିଷଦକୁ ୨୬ଟି ଆସନ ଓ ୟୁପିପିଏଲକୁ ୮ଟି ଆସନ ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।  ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବା ସହିତ ମେ ୨ରେ ଭୋଟ ଗଣତି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe