କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଆସାମ ନିର୍ବାଚନ ପାଇଁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସର୍ବାନନ୍ଦ ସୋନଓ୍ବାଲ ମାଜୁଲି ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଜାଲୁକବାରୀରୁ ନିର୍ବାଚନ ଲଢିବେ ।
केन्द्रीय चुनाव समिति ने होने वाले आगामी असम विधानसभा चुनाव के लिए निम्नलिखित नामों पर अपनी स्वीकृति प्रदान की है। #AssamElectionspic.twitter.com/bxd6mnGxEV
— BJP (@BJP4India) March 5, 2021
ବିଜେପି ପକ୍ଷରୁ ଆଜି ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆସାମରେ ବିଜେପି ଆସାମ ଗଣ ପରିଷଦ ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ) ସହ ମେଣ୍ଟ କରିଛି । ରାଜ୍ୟରେ ମୋଟ ୧୨୬ଟି ଆସନ ଥିବାବେଳେ ଆସାମ ଗଣପରିଷଦକୁ ୨୬ଟି ଆସନ ଓ ୟୁପିପିଏଲକୁ ୮ଟି ଆସନ ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବା ସହିତ ମେ ୨ରେ ଭୋଟ ଗଣତି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/bjp.jpg)