ଧାମନଗର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ, ତାଲିକାରୁ ବିଜୟ ମହାପାତ୍ର ବାଦ୍ ।

331

କନକ ବ୍ୟୁରୋ : ଧାମନଗର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ବିଧାୟକ, ରାଜ୍ୟ ପ୍ରଭାରୀ ଓ ତୁଙ୍ଗ ନେତାଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଦଳ ଓହ୍ଲାଇବ ।

ବିଜେପି ଘୋଷଣା କରିଥିବା ପ୍ରଚାର ତାଲିକାରୁ ହେଭିୱେଟ ବିଜୟ ମହାପାତ୍ରଙ୍କୁ ବାଦ ଦିଆଯାଇଛି । ଯାହା ଦର୍ଶାଉଛି ବିଜେପିରେ ବିଜୟଙ୍କୁ ଏକପ୍ରକାର କୋଣଠେସା କରାଯାଉଛି । ଅନ୍ୟପଟେ ପୂର୍ବରୁ ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଅନୁ ଚୌଧୁରୀଙ୍କ ଭଳି ସିନେ ଅଭିନେତା ଓ ଅଭିନେତ୍ରୀଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରୁଥିଲେ ମଧ୍ୟ ଏଥର ଏହି ତାଲିକାରୁ ବାଦ୍ ଦେଇଛି । ତେଣୁ ସିନେ କଳାକାରଙ୍କ ଉପରେ ଦଳ ଆଉ ଭରସା କରୁନଥିବା ନେଇ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି । ଅନୁଭବୀ ଓ ବରିଷ୍ଠ ନେତାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ସଂକେତ ଦେଇଛି ଯେ, ଧାମନଗର ଉପ-ନିର୍ବାଚନରେ ବିଜୟମୁକୁଟ ପିନ୍ଧିବା ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ।