ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ପଦ୍ମ ଟିକେଟରୁ ଲଢିବ କିଏ?

Advertisment
ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ପଦ୍ମ ଟିକେଟରୁ ଲଢିବ କିଏ?

କନକ ବ୍ୟୁରୋ : ୨୦୧୯ ନିର୍ବର୍ଚନ ମହାସମର ପାଇଁ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଘୋଷଣା କରିଥିବା ବେଳେ ଓଡିଶାର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ସୁନ୍ଦରଗଡରୁ ଜୁଏଲ  ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ଆସ୍କାରୁ ଅନୀତା ପ୍ରିୟଦର୍ଶିନୀ, ବ୍ରହ୍ମପୁରରୁ ଭୁଗୃ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ୧୦ଟି ଆସନ ମଧ୍ୟରୁ ୫ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନୂଆକରି ଦଳରେ ଯୋଗ ଦେଇଥିବା ନେତାଙ୍କୁ ଦଳ ଆପଣାଇ ନେବା ନିର୍ବାଚନ ମୈଦାନକୁ ଓହ୍ଲାଇଛି ଦଳ ।

ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରଣାସୀରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅମିତ ଶାହାଙ୍କୁ ଗାନ୍ଧୀନଗରରୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ରାଜନାଥ ସିଂଙ୍କୁ ଦଳ ଲକ୍ଷ୍ନୌରୁ ପ୍ରାର୍ଥୀ କରିଛି । ସେହିଭଳି ଉତ୍ତରପ୍ରଦେଶର ଆମେଥିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରାଯାଇଛି । ଯାହାଫଳରେ ପୁଣିଥରେ ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ସେହିଭଳି ମଥୁରାରୁ ହେମାମାଳିନୀଙ୍କୁ ପ୍ରାର୍ଥୀ କରିଛି ଦଳ ।  ନାଗପୁରରୁ ନୀତିନ ଗଡକରୀଙ୍କୁ ମୈଦାନକୁ ଓହ୍ଲାଇବ ଦଳ । ବରେଲୀରୁ ସନ୍ତୋଷ ଗଙ୍ଗୱାର ଓ ଉନ୍ନାଓରୁ ସାକ୍ଷୀ ମହାରାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe