କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାସମର ପାଇଁ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧୮୪ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରଣାସୀରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅମିତ ଶାହାଙ୍କୁ ଗାନ୍ଧୀନଗରରୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ରାଜନାଥ ସିଂଙ୍କୁ ଦଳ ଲକ୍ଷ୍ନୌରୁ ପ୍ରାର୍ଥୀ କରିଛି ।
ସେହିଭଳି ଉତ୍ତରପ୍ରଦେଶର ଆମେଥିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରାଯାଇଛି । ଯାହାଫଳରେ ପୁଣିଥରେ ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ସେହିଭଳି ମଥୁରାରୁ ହେମାମାଳିନୀଙ୍କୁ ପ୍ରାର୍ଥୀ କରିଛି ଦଳ । ନାଗପୁରରୁ ନୀତିନ ଗଡକରୀଙ୍କୁ ମୈଦାନକୁ ଓହ୍ଲାଇବ ଦଳ । ବରେଲୀରୁ ସନ୍ତୋଷ ଗଙ୍ଗୱାର ଓ ଉନ୍ନାଓରୁ ସାକ୍ଷୀ ମହାରାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJP_00000-1.jpg)