କନକ ବ୍ୟୁରୋ : ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରଘୁନାଥ ମହାନ୍ତି, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।
ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJP_00000-2.jpg)