ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କନ୍ଧମାଳରୁ ଖାରବେଳ ଏବଂ କଟକରୁ ପ୍ରକାଶ ମିଶ୍ରକୁ ଲୋକସଭା ପ୍ରାର୍ଥୀ କଲା ଦଳ

475

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୨ଟି ଲୋକସଭା ଏବଂ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବିଜେପିରେ ମିଶିବା ପରେ କନ୍ଧମାଳରୁ ଲୋକସଭା ଆସନ ପାଇଁ ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥ କରାଯାଇଛି । ସେହିପରି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛି ବିଜେପି । ଝାରସୁଗୁଡା ବିଧାନସଭା ପାଇଁ ପାଇଁ ଦୀନେଶ ଜୈନଙ୍କୁ ପ୍ରାର୍ଥୀ କରାଯାଇଛି । ରାଇରଖୋଲରୁ ଦେବେନ୍ଦ୍ରେ ମହାପାତ୍ର, ଭଣ୍ଡାରୀପୋଖରୀରୁ ବଦ୍ରି ନାରାୟଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଫୁଲବାଣୀରୁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସମାପଦ ସ୍ୱାଇଁ, ଜୟଦେବ ନିର୍ବାଚନ ମଣ୍ଡଳୀରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡଜେନା ଓ ବେଗୁନିଆରୁ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କୁ ପ୍ରାର୍ଥୀ କରିଛି ବିଜେପି ।

କଟକରୁ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର 

କଟକରୁ ଲୋକସଭା ପ୍ରାର୍ଥୀ ଭାବେ ପ୍ରକାଶ ମିଶ୍ରଙ୍କୁ ଚୟନ କରିଛି ବିଜେପି । ପ୍ରକାଶ ମିଶ୍ର ହେଉଛନ୍ତି, ଅବସରପ୍ରାପ୍ତ ଆଇପିଏସ ଅଧିକାରୀ । ତାଙ୍କୁ ପୋଲିସ ଡିଜି ପଦରୁ ହଟାଯିବା ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଏପରିକି ସିବିଆଇ ନିର୍ଦ୍ଦେଶକ ରେସରେ ପ୍ରକାଶ ଆଗରେ ମଧ୍ୟ ରହିଥିଲେ । ତେବେ ପ୍ରକାଶଙ୍କ ନାଁରେ ଭିଜିଲାନ୍ସ ନିର୍ଦ୍ଦେଶକ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ରେସରୁ ବାଦ ପଡିଥିଲେ । ସେବେଠାରୁ ବିଜେଡି ସରକାର ସହ ପ୍ରକାଶଙ୍କର ତିକ୍ତ ସର୍ମ୍ପକ ରହି ଆସିଛି । ତେବେ ଗତକାଲି ସେ ବିଜେପିରେ ସାମିଲ ହୋଇଥିବା ବେଳେ ପ୍ରକାଶଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା ।

କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ଲୋକସଭା ପ୍ରାର୍ଥୀ

ବାଲେଶ୍ୱରର ପୂର୍ବତନ ସାଂସଦ ହେଲେ ଖାରବେଳ ସ୍ୱାଇଁ । ସେ ପୂର୍ବରୁ ବିଜେପିରେ ଥିଲେ । ମାତ୍ର କୌଣସି କାଳରୁ ସେ ଦଳ ଛାଡି ଉତ୍କଳ ଭାରତ ଦଳ ଗଠନ କରିଥିଲେ । ତେବେ ଆଜି ସେ ବିଜେପିରେ ପୁଣିଥରେ ଯୋଗ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଖାରବେଳଙ୍କୁ ସ୍ୱାଗତ କରାଯାଇଥିଲା । ବିଜେପିରେ ମିଶିବା ପରେ ଖାରବେଳ କନ୍ଧମାଳ ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ ।

ଏହାପୂର୍ବରୁ ବିଜେପି ମଧ୍ୟ ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଭାରତୀୟ ଜନତା ପାର୍ଟିରୁ ପୁରୀରୁ ଲଢ଼ିବେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେହିପରି ଏଥର ସମ୍ବଲପୁର ବଦଳରେ ବରଗଡରୁ ନିର୍ବାଚନ ଲଢ଼ିବେ ସୁରେଶ ପୂଜାରୀ । ସମ୍ବଲପୁରରୁ ପ୍ରାର୍ଥୀ ହେବେ ନିତେଶ୍ ଗଙ୍ଗଦେବ । କଳାହାଣ୍ଡିରୁ ବସନ୍ତ କୁମାର ପଣ୍ଡା ଓ କୋରାପୁଟ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିବେ ଜୟରାମ ପାଙ୍ଗି । ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଥିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।

ଦ୍ୱିତୀୟ ପଯ୍ୟାୟରେ ବିଧାନସଭା କ୍ଷେତ୍ରରେ କାହାକୁ ମିଳିଲା ବିଜେପି ଟିକେଟ-

ଭଟ୍ଟଲି – ଇରାଶିଷ୍ ଆଚାର୍ଯ୍ୟ

ଦେବଗଡ -ସୁବାଷ ପାଣିଗ୍ରାହି

ବୀରମହାରାଜପୁର- ରଘୁନାଥ ଝଗଡିଆ

ସୋନପୁର – ଅଶୋକ ପୂଜାରୀ

ବଲାଙ୍ଗୀର- ଅନନ୍ତ ଦାସ୍

ନୂଆପଡା – ହୋମସିଂ ମାଝୀ

ଝରିଗାଁ- ପର୍ଶୁରାମ ମାଝୀ

ଡାବୁଗାଁ – ପଦ୍ମନ ନାଏକ

ଭବାନୀପାଟଣା – ପ୍ରଦୀପ ନାଏକ

ଦଶପଲ୍ଳା – ପୂର୍ଣ୍ଣଚନ୍ଦ୍ର ନାଏକ

କବିସୂର୍ଯ୍ୟନଗର – ରଞ୍ଜନ ପଲାଇ

ଛତ୍ରପୁର – ପ୍ରଶାନ୍ତ କର

ଆସ୍କା – ଦେବରାଜ ମହାନ୍ତି

ସୁରଡା -ନୀଳମଣି ନାଗ

ବ୍ରହ୍ମପୁର – କାହ୍ନୁ ପତି

ଦିଗପହଣ୍ଡି – ପିଙ୍କି ପ୍ରଧାନ

ମୋହନା – ପ୍ରଶାନ୍ତ ମଲ୍ଲିକ୍

ଗୁଣୁପୁର -ଶିଶିର ଗମାଙ୍ଗ

ରାୟଗଡା – ବସନ୍ତ ଉଲ୍ଲାକା

ଜୟପୁର -ଗୌତମ ସାମନ୍ତରାୟ

କୋରାପୁଟ୍ – ତ୍ରିପୁରା ଗାର୍ଡ

ଚିତ୍ରକୋଣ୍ଡା – ପଦୁ ମାଝୀ

ତେବେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଟିକେଟକୁ ନେଇ ସବୁ ରାଜନୈତିକ ଦଳରେ ଲାଗିରହିଛି କନ୍ଦଳ । ବିଶେଷ କରି ଟିକେଟ ଘୋଷଣା ହେବା ପରେ ବିଜେପିରେ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି ।