ବିଜେଡି ଷ୍ଟାଇଲରେ ବିଜେପିର ସଂଗଠନ । ଯୁବବାହୀନି ଭଳି ବିଜେପି ଆରମ୍ଭ କରିଛି ୟୁଥ୍ ଫର୍ ଆକ୍ସନ ସଂଗଠନ

Advertisment
ବିଜେଡି ଷ୍ଟାଇଲରେ ବିଜେପିର ସଂଗଠନ । ଯୁବବାହୀନି ଭଳି ବିଜେପି ଆରମ୍ଭ କରିଛି ୟୁଥ୍ ଫର୍ ଆକ୍ସନ ସଂଗଠନ

କନକ ବ୍ୟୁରୋ : ବିଜେଡି ଷ୍ଟାଇଲରେ ବିଜେପିର ସଂଗଠନ । ଠିକ୍ ବିଜେଡିର ଯୁବବାହୀନି ଭଳି ବିଜେପି ଆରମ୍ଭ କରିଛି ୟୁଥ୍ ଫର୍ ଆକ୍ସନ । ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି- ସାରା ଓଡିଶାର ଯୁବକ-ଯୁବତୀଙ୍କୁ ଏକାଠି କରି ସାମାଜିକ ବିକାଶ, ରାଜ୍ୟର ବିକାଶ ଏବଂ ସର୍ବୋପରି ରାଷ୍ଟ୍ରୀୟ ବିକାଶ ଦିଗରେ କାମ କରିବା । ସେହିପରି ଯୁବକଙ୍କ ଭିତରେ ଲୁଚି ରହିଥିବା ପ୍ରତୀଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲାସ୍ତରରେ ପ୍ରତିଯୋଗିତା କରାଯିବ ।

ଏହି ୟୁଥ୍ ଫର୍ ଆକ୍ସନ୍ ସଂଗଠନକୁ ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ଟି ଜିଲ୍ଲାର ଯୁବକ ସାମିଲ ହୋଇଥିଲେ । ଏହାକୁ ଏକ ଅଣରାଜନୈତିକ ସଂଗଠନ ବୋଲି ବିଜେପି ନେତା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe